ଆଞ୍ଚଳିକ ଗୋଟିଏ ଦିନରେ ୪୫ ହଜାର ଜୋରିମନା – ମୋଦୀ କଲେକ୍ସନ ୫ ଦିନ ପାଇଁ ସିଲ Angul OnlineMay 4, 2021May 4, 2021 ଅନୁଗୁଳ – କୋଭିଡ ନିୟମ ପାଳନ ନ କରିବା ଯୋଗୁଁ ଅନୁଗୁଳ ବଜାରରେ ଥିବା ମୋଦି କଲେକ୍ସନକୁ ସିଲ୍ କରିଛି ପ୍ରଶାସନ । ଜିଲ୍ଲାରେ କାରୋନା ସଂକ୍ରମଣ ବୃଦ୍ଧି ପାଇଥିବା ଯୋଗୁଁ ସମସ୍ତ ଦୋକାନରେ ସାମାଜିକ ଦୂରତା ରକ୍ଷା କରିବା ସହ ମା‘ସ୍କ ପିନ୍ଧିବା ଓ ଅନ୍ୟାନ୍ୟ କୋଭିଦ କଟକଣା ମାଣିବାକୁ ବାଧ୍ୟ କରା ଯାଇଛି । ଏହା ସତ୍ବେ ସୋମବାର ଏହି ମୋଦୀ କଲେକ୍ସନରେ ପ୍ରବଳ ଭିଡ ହୋଇଥିଲା । ଅଧିକାଂଶ ଲୋକ ମାସ୍କମଧ୍ୟ ପିନ୍ଧି ନଥିଲେ । ଦୋକାନରେ ଥିବା ଭିଡ ଯୋଗୁଁ ସାମାଜିକ ଦୂରତାକୁ ଲୋକ ଫୁ କରି ଦେଇଥିଲେ । ଖବର ପାଇ ପୁଲିସ ଓ ପ୍ରଶାସନ ଚଢଉ କରି ଦୋକାନକୁ ୫ ଦିନ ପାଇଁ ସିଲ୍ କରି ଦେଇଛନ୍ତି । ସେହିପରି ଅନୁଗୁଳ ଉପଖଣ୍ଡରେ କୋଭିଡ ନିୟମ ଭଙ୍ଗ କରୁଥିବା ବିଭିନ୍ନ ଲୋକଙ୍କ ପାଖରୁ ୪୫ ହଜାର ଟଙ୍କା ଜୋରିମନା ଆଦାୟ କରାଯାଇଛି । Advertisement
ଅନୁଗୁଳ ମାଟି , ସଂଗ୍ରାମର ମାଟି – ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଅନୁଗୁଳ – ଅନୁଗୁଳ ଷ୍ଟାଡିୟମ୍ ପରିସରରେ କରୋନା କଟକଣା ମଧ୍ୟରେ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ରାଜ୍ୟ ଇସ୍ପାତ, ଖଣି ଓ ପୂର୍ତ୍ତ ବିଭାଗ…
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଅମଲା ମଞ୍ଚର ବିକ୍ଷୋଭ ଅନୁଗୋଳ – ଅନୁଗୋଳ ଜିଲ୍ଲା ସ୍ତରୀୟ ମିଳିତ ଅମଲା ମଞ୍ଚ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାଜ୍ୟ ସରକାରଙ୍କ ଉଦ୍ୟେଶରେ ୪୨୦୦ ଗ୍ରେଡ ପେ…
ଜାତୀୟ ରାଜପଥ କଡରୁ ଜବରଦଖଲ ଉଚ୍ଛେଦ ଅନୁଗୁଳ – ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ନିର୍ଦ୍ଦେଶ କ୍ରମେ ୫୫ ନମ୍ବର ଜାତୀୟ ରାଜପଥର ନାଲକୋ ଏଫସିଆଇ ଛକ ଠାରୁ କାରଗିଲ ପେଟ୍ରୋଲ ପମ୍ପ…