ମୁଖ୍ୟ ଖବର ଜାତୀୟ ରାଜପଥରେ ପୁଣି ଗଲା ଜୀବନ – ଦୁର୍ଘଟଣାରେ ୧ ମୃତ୧ ଆହତ Angul OnlineDecember 20, 2024December 20, 2024 ଅନୁଗୁଳ – ଜାତୀୟ ରାଜପଥ ୫୫ ପୁଣି ନେଇଛି ଆଉ ଏକ ଜୀବନ । ଗତକାଲି ଏହି ରାଜପଥର ନୂଆଁହତା ଠାରେ ଦୁର୍ଘଟଣାରେ ମା ଓ ୩ ବର୍ଷର ଶିଶୁର ଜୀବନ ଯାଇଥିଲା । ଆଜି ପୁଣି ଆଉ ଏକ ଜୀବନ ଯିବା ପରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ସୂଚନା ଅନୁସାରେ ଆଜି( ଶୁକ୍ରବାର) ଭୋର ୫.୩୦ସମୟରେ ତୁରଙ୍ଗ ଦୁର୍ଗା ବିହାର ଅଞ୍ଚଳରେ ଭଡ଼ା ଘରେ ରହୁଥିବା ଦୁଇ ଯୁବକ ଜିନ୍ଦଲ ଷ୍ଟିଲ୍ ପ୍ଲାଣ୍ଟକୁ ଡିଉଟି କରିବାକୁ ଯାଉଥିବା ସମୟରେ ପ୍ରଶାନ୍ତି ହୋଟେଲ ନିକଟରେ ଅଜଣା ଟ୍ରକ ପଛରୁ ଧକ୍କା ଦେଇଥିଲା । ଫଳରେ ମୋଟରସାଇକେଲରେ ଯାଉଥିବା ଦୁଇ ସାଙ୍ଗ ବିକ୍ରମ ରାଉତରାୟ ଓ କରଣବୀର ଗୋପୀ ରାସ୍ତାରେ ଛିଟିକି ପଡିଥିଲେ । ଘଟଣା ସ୍ଥଳରେ ବିକ୍ରମଙ୍କ ମୃତ୍ୟୁ ଘଟିଥିବା ବେଳେ କରଣବୀରଙ୍କୁ ସ୍ଥାନୀୟ ଲୋକଙ୍କ ସହଯୋଗରେ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ଖବର ପାଇ ଅନୁଗୁଳ ପୁଲିସ ଘଟନା ସ୍ଥଳରେ ପହଞ୍ଚି ମୋଟରସାଇକେଲ୍କୁ ଜବତ କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲା । ଗତ Advertisement
ଫିତା କାଟିବାକୁ ପ୍ରତିଯୋଗୀତା – ବିଧାୟକ ଓ ସାଂସଦ ମୁହାଁ ମୁହିଁ ପାଳଲହଡା – ଅନେକ ଦିନ ଧରି ସାଂସଦ ଓ ବିଧାୟକଙ୍କ ଭିତରେ ଭିତରେ ଲାଗିଥିବା ଛକାପଞ୍ଝା ଏବେ ବିସ୍ଫୋରଣର ରୂପ ନେଇଛି । ଦୁଇ ଲୋକ ପ୍ରତିନିଧ୍ଧି…
ଭିନ୍ନ ଭିନ୍ନ ଦୂର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ତୁରଙ୍ଗ ଆରୟା ଢ଼ାବା ଠାରେ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୂଚନା ମୁତାବକ ଲିଙ୍ଗିରାଯୋଡିର ଗୁଡିସାହିର…
ଯୌନ ନିର୍ଯାତନା ଦେବା ଅଭିଯୋଗରେ ଅଭିଯୁକ୍ତକୁ ସଶ୍ରମ କାରାଦଣ୍ଡ ଅନୁଗୁଳ – ୨୦୨୦ ମସିହାରେ ଜଣେ ନାବାଳିକାକୁ ଜୋର ଜବରଦସ୍ତ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଅତିରିକ୍ତ ଜିଲ୍ଲା ଓ ସେସନ ଜଜ କମ…