କୂଅ ଭିତରେ ବୁଲୁଥିଲା ୧୦ ଫୁଟ ଲମ୍ବର ଅହିରାଜ ସାପ – ଉଦ୍ଧାର କଲେ ସର୍ପମିତ୍ର

ଅନୁଗୁଳ – କୂଅ ଭିତରୁ ୧୦ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର । ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗାଁର ଆଶୁତୋଷ ଅମାନ୍ତଙ୍କ ଏକ କୂଅରେ ଏକ ବିରାଟ ସାପ ବୁଲୁଥିବାର ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ସାପକୁ ଦେଖି ଲୋକ ଭୟଭୀତ ଲୋକ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଖବର ଦେଇଥିଲେ । ଖବର ପାଇ ଆଦିତ୍ୟ ତାଙ୍କ ସହଯୋଗୀ ସେଖ ରାଜା, କ୍ରାନ୍ତି ରଞ୍ଜନ ଅମlନ୍ତ, ରକି ରାଉତ, କlଳୁ ରାଉଳଙ୍କୁ ଧରି ଘଟଣା ସ୍ଥଳରେ ପହଞ୍ଚିଥିଲେ । ପ୍ରାୟ ୪ ଘଣ୍ଟା ଉଦ୍ୟମ ପରେ ଅହିରାଜ ସାପଟିକୁ ଉଦ୍ଧାର କରା ଯାଇଥିଲା । ପରେ ବନ୍ତଳା ଫରେଷ୍ଟରଙ୍କ ଉପସ୍ଥିତିରେ ଜଙ୍ଗଲର ଏକ ସୁରକ୍ଷିତ ସ୍ଥାନରେ ସାପଟିକୁ ଛାଡି ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *