ଅପରାଧ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ Angul OnlineMarch 3, 2023March 3, 2023 ଅନୁଗୋଳ – ବାହାଘର କାର୍ଡ ବାଣ୍ଟିବା ନାମରେ ଗଞ୍ଜେଇ ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରା ପଡିଲେ ଗଞ୍ଜେଇ ମାଫିଆ । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ସୂଚନା ମିଳିଥିଲା । ସୂଚନା ପାଇବା ପରେ ଅବକାରୀ ବିଭାଗ ଠାକୁରଗଡରୁ ଅନୁଗୋଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଛକି ରହିଥିଲା । ଭୋର ସମୟରେ ମୁଣ୍ଡାସାହି ନିକଟରେ ସନ୍ଦେହରେ ଏକ କାରକୁ ଅଟକାଇ ପଚରାଉଚରା ବେଳେ ସେମାନେ ବାହାଘର ନିମନ୍ତ୍ରଣ ପତ୍ର ବାଣ୍ଟିବା ପାଇଁ ଯାଉଥିବା କହିଥିଲେ । ତେବେ ସନ୍ଦେହ ବଢିବାରୁ ଗାଡିକୁ ଜାଞ୍ଚ କରିବା ବେଳେ କାରରୁ ୬୦ କେଜି ଗଞ୍ଜେଇ ଜବତ ହୋଇଥିଲା । ଫଳରେ ସେଥିରେ ଥିବା ତିନି ଜଣଙ୍କୁ ଗିରଫ କରାଯାଇଥିଲା । ସେହିଭଳି ବଇଣ୍ଡା ଛକ ନିକଟରେ ଏକ ବୋଲେରୋ ଗାଡିରୁ ୪୮ କେଜି ଗଞ୍ଜେଇ ଜବତ ମଧ୍ୟ କରାଯାଇଛି । ସେଥିରେ ମଧ୍ୟ ଥିବା ୩ ଜଣ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଥିବା ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ସୂଚନା ଦେଇଛନ୍ତି । ଏହି ସବୁ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ବାଲେଶ୍ଵର ଚାଲାଣ ହେଉଥିବା ଜଣା ପଡିଥିବା ବେଳେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୮୦ ହଜାର ଟଙ୍କା ହେବ । Advertisement
ଟ୍ରେନ ଲୋକୋ ପାଇଲଟ ଚଲାଇଥିଲେ ବ୍ରାଉନସୁଗାର ବେପାର – ମାଡି ବସିଲା ପୁଲିସ ତାଳଚେର – ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ରେଲୱେ ଲୋକୋ ପାଇଲଟ ସମେତ ଦୁଇଜଣଙ୍କୁ ପୁଲିସ ଗିରଫ କରିଛି । ଲୋକୋ ପାଇଲଟ ଜଣଙ୍କ ଅନେକ ଦିନ ହେଲା…
ଗୋରୁ ଚାଲାଣ ବେଳେ ଧରା ପଡିଲା ଟ୍ରକ – ଶତାଧିକ ଗୋରୁ ଜବତ ପାଲଲହଡା – ଜାତୀୟ ରାଜପଥ ୪୯ ରେ ବେଆଇନ ଗୋରୁ ଚାଲାଣ ବେଳେ ପାଲଲହଡ଼ା ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏହା ସହ ଚାଲାଣ ହେଉଥିବା…
ବେଆଇନ କୋଭିଡ ଟେଷ୍ଟ ଅଭିଯୋଗରେ ପାଥୋଲାବ ସିଲ – ମାଲିକ ଗିରଫ ତାଳଚେର – ବେଆଇନ କୋଭିଡ ଟେଷ୍ଟ୍ କରୁଥିବା ଏକ ଘରୋଇ ପାଥୋଲାବକୁ ସିଲ କରିଛି ସ୍ଥାନୀୟ ତାଳଚେର ପ୍ରଶାସନ । କିଛି ଦିନ ହେଲା କୋଭିଡ୍ ଟେଷ୍ଟି…