ମୁଖ୍ୟ ଖବର ନାବାଳିକା ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ କାରାଦଣ୍ଡ Angul OnlineAugust 6, 2023August 6, 2023 ଅନୁଗୁଳ – ଅନୁଗୁଳ ଫାଷ୍ଟ ଟ୍ରାକ୍ କୋର୍ଟରେ ଶନିବାର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲାର ଜଣେ ନାବାଳିକା ୨୦୧୬ ମସିହାରେ ପାଲଲହଡ଼ାର ଏକ ମହାବିଦ୍ୟାଳୟରେ ଯୁକ୍ତ ୨ର ୨ୟ ବର୍ଷର ଛାତ୍ରୀ ଭାବେ ମାମୁଁ ଘରେ ରହି ପାଠ ପଢ଼ୁଥିଲେ । ୨୦୧୬ ଡିସେମ୍ବର ୧୫ ତାରିଖ ଅପରାହ୍ନରେ ମହାବିଦ୍ୟାଳୟରୁ ଛାତ୍ରୀ ମାମୁଁ ଘରକୁ ଯିବା ବାଟରେ ତାଙ୍କୁ ଅପହରଣ କରାଯାଇଥିଲା । ପରିବାର ଲୋକେ ଘରକୁ ଝିଅ ନ ଫେରିବାରୁ ପାଲଲହଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଆରମ୍ଭ କରି ନାବାଳିକାଙ୍କୁ ଖୋଜି ଉଦ୍ଧାର କରିଥିଲା । ନାବାଳିକା ପୁଲିସ ଆଗରେ , ଅପହର୍ତ୍ତା ଧିର ଓରଫ ପ୍ରଫୁଲ ନାଏକ(୨୬) ତାଙ୍କୁ ଅପହରଣକରି ବାରମ୍ବାର ଦୁଷ୍କର୍ମ କରିଥିବା ପ୍ରକାଶ କରିଥିଲେ । ପୁଲିସ ପ୍ରଫୁଲଙ୍କୁ ଗିରଫ କରି ଦଫା ୩୬୩, ୩୬୬, ୩୭୬(୨)(ଏନ୍)ରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାର ବିଚାରକରି ସାକ୍ଷୀଙ୍କ ବୟାନ ଓ ଦଲିଲକୁ ଆଧାରକରି ଫାଷ୍ଟ ଟ୍ରାକ୍ କୋର୍ଟର ବିଚାରପତି ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ଧିର ଓରଫ ପ୍ରଫୁଲ ନାଏକଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ତରଫରୁ ସ୍ବତନ୍ତ୍ର ସରକାରୀ ଓକିଲ ସୁଶାନ୍ତ ମିଶ୍ର ମାମଲା ପରିଚାଳନା କରିଥିଲେ । Advertisement
ଶଙ୍ଖ ଧରିବେ ବିପ୍ଲବ !! – କଂଗ୍ରେସରୁ ଦେଲେ ଇସ୍ତଫା ଅନୁଗୁଳ – ଆଗକୁ ନିର୍ବାଚନ । ଏବେଠାରୁ ସବୁ ରାଜନୈତିକ ଦଳ ଏବଂ ରାଜନେତା ନିଜ ନିଜର ଗୋଟି ଚାଳନା ଆରମ୍ଭ କରିଦେଲେଣି । ସବୁ…
କାର ଭିତରୁ ସୁରକ୍ଷାକର୍ମୀଙ୍କ ମୃତଦେହ ଉଦ୍ଧାର ବଅଁରପାଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ କାଣ୍ଡସର ଗ୍ରାମ ନିକଟରେ ଛିଡ଼ା ହୋଇଥିବା (ଓଡ଼ି ୧୯ଟି ୫୮୨୦) ଏକ ମାରୁତି…
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ଖାଇବାରୁ ହରିଲୁଟ ଅନୁଗୋଳ – ଅନୁଗୋଳ ଜିଲ୍ଲା ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ରୋଗୀଙ୍କୁ ସୁଷମ ଖାଦ୍ୟ ବଣ୍ଟନ କରିବାର ମହତ୍ ଉଦ୍ଦେଶ୍ୟ ନେଇ ସରକାର ଦିନକୁ ତିନି ଓଳି ଖାଦ୍ୟର…