ଅପରାଧ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ ଓ ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ Angul OnlineDecember 9, 2024December 9, 2024 ଅନୁଗୁଳ – ଜଣେ ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡାଦେଶ ଦେଇଥିବା ବେଳେ ଆଉ ଜଣେ ଦୁଷ୍କର୍ମ ଉଦ୍ୟମକାରୀକୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ମାନ୍ୟବର ଅଦାଲତ । ସୂଚନା ଅନୁସାରେ ଗତ ୨୭/୦୬/୨୦୨୨ ମସିହାରେ ବାଗଡ଼ିଆ ଫାଣ୍ଡି (ବର୍ତ୍ତମାନ ଥାନା ) ଅଞ୍ଚଳର ଜଣେ ୧୦ ବର୍ଷର ନାବାଳିକା ସ୍କୁଲକୁ ପାଠ ପଢି ଯାଉଥିବା ବେଳେ ଗାଁର ଋଷି ନାଏକ ନାବାଳିକାଙ୍କୁ ତାଙ୍କ ମା ଡାକୁଥିବା ବାହାନା କରି ଘର ଭିତରକୁ ନେଇ ଯାଇଥିଲା । ସେଠାରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ କରୁଥିବା ବେଳେ ନାବାଳିକା ଜଣଙ୍କ ପାଟି କରିବାରୁ ନାବାଳିକାଙ୍କ ଜଣେ ସମ୍ପର୍କୀୟ ଭଉଣୀ ଓ ଗାଁର ଅନ୍ୟ ଜଣେ ବ୍ୟକ୍ତି ପଳାଇ ଆସିଥିଲେ । ଫଳରେ ନାବାଳିକା ଜଣଙ୍କ ସେଠାରୁ ଖସି ଆସିଥିଲେ । ନାବାଳିକାଙ୍କ ମା ଏ ନେଇ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଥିଲା । ଏହି ଘଟଣାରେ ୧୨ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ( ସ୍ପେସିଆଲ ଫାଷ୍ଟ ଟ୍ରାକ) ବିରଞ୍ଚି ନାରାୟଣ ମିଶ୍ର ଅଭିଯୁକ୍ତ ଋଷି @ ରୁଷଭ ନାଏକକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୩୫ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅଡିସିନାଲ ପି ପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । ସେହିଭଳି ନାଲକୋନଗର ଥାନା ଅଞ୍ଚଳରେ ଗତ ୪/୪/୨୦୨୨ ରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ନଗେନ ବେହେରାଙ୍କୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ବର୍ଷ ଅଧିକ କାରାଦଣ୍ଡ ଭୋଗିବାକୁ ଅନୁଗୁଳ ସ୍ପେସିଆଲ ଟ୍ରାକ କୋର୍ଟ / ଅତିରିକ୍ତ ଜିଲ୍ଲା ଜଜ ଆଦେଶ ଦେଇଛନ୍ତି । ସୂଚନା ଅନୁସାରେ ନାଲକୋନଗର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଛେଣ୍ଡିପଦା ଥାନା ବରପଦା ଗାଁର ନଗେନ ବେହେରା ପ୍ରେମ ଜାଲରେ ଫସାଇବା ସହ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲା । ପରେ ନାବାଳିକା ଜଣଙ୍କ ଗର୍ଭବତୀ ହେବା ପରେ ଅଭିଯୁକ୍ତ ଫେରାର ହୋଇ ଯାଇଥିଲା । ଏହି ଘଟଣା ପରିବାର ଲୋକ ଜାଣିବା ପରେ ନାଲକୋନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ନଗେନକୁ କୋର୍ଟ ଚାଲାଣ କରିଥିଲା । ଏହି ଘଟଣାରେ ୯ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଆଜି ମାନ୍ୟବର ଅଦାଲତ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନା ଆଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଆଡ଼ିସିନାଲ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
୭ ଜଣିଆ ଡକାୟତ ଗ୍ୟାଙ୍ଗ ଗିରଫ – ବନ୍ଧୁକ ଗୁଳି ସହ ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଗତକାଲି ବିଳମ୍ବିତ ରାତିରେ ଏକ ବଡ ଧରଣର ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି…
ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ଘର ମାଲିକ ଗିରଫ ଅନୁଗୁଳ – ଘରେ ଭଡ଼ାରେ ରହୁଥିବା ଜଣେ ନାବାଳିକାଙ୍କ ସହ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଜଣେ ଘର ମାଲିକଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ…
୫ ଲକ୍ଷ ଟଙ୍କା ମୂଲ୍ଯର ବ୍ରାଉନସୁଗାର ସହ ୪ ଗିରଫ ଅନୁଗୁଳ – ଆରମ୍ଭ ହୋଇ ଯାଇଛି ପାର୍ବଣର ଋତୁ । ଏହାକୁ ଆଖି ଆଗରେ ରଖି ଅନୁଗୁଳ ପୁଲିସ ଆରମ୍ଭ କରି ଦେଇଛି ନିଶା ବେପାରୀଙ୍କ ଉପରେ…