ଆଞ୍ଚଳିକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣା ଗ୍ରସ୍ତ – ଚାଳକ ଗରୁତର Angul OnlineFebruary 6, 2022February 6, 2022 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ପୁରୁଣା ଫାୟାରଷ୍ଟେସନ ନିକଟ ନର୍ସରି ନିକଟରେ ଏକ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଥିବା ବେଳେ ଏହାର ଚାଳକ ଗୁରୁତର ହୋଇଥିବା ଜଣା ପଡିଛି । ଏହା ସହ ଗାଡିରେ ଥିବା ବେଳେ ହେଲପର ଓ ଫାର୍ମାସିଷ୍ଟିଙ୍କୁ ମଧ୍ୟ ଆହତ ହୋଇଛନ୍ତି l ସୂଚନା ଅନୁସାରେ ଗତ କାଲି ଏକ ୧୦୮ ଆମ୍ବୁଲାନ୍ସ ସମ୍ବଲପୁର ବୁର୍ଲା ମେଡିକାଲରୁ ରୋଗିନେଇ କଟକ ଛାଡିବା ପରେ ଆଜି ଜରପଡା-ଛେଣ୍ଡିପଦା ରାସ୍ତା ଦେଇ ସମ୍ବଲପୁରକୁ ଫେରୁଥିଲା । ତେବେ ଛେଣ୍ତିପଦା ପୁରୁଣା ଫୟାରଷ୍ଟେସନ ନିକଟ ନର୍ସରି ସମ୍ମୁଖରେ ୧୦୮ ଆମ୍ବୁଲାନ୍ସ ଆଗକୁ ହଠାତ ଏକ ଷଣ୍ଢ ଆସିଯିବାରୁ ଭାରସାମ୍ୟ ହରାଇ ଗଛରେ ପିଟି ହୋଇ ଯାଇଥିଲା । ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ବେଳେ ହେଲପର ଓ ଫାର୍ମାସିଷ୍ଟ ସାମାନ୍ୟ ଆହତ ହୋଇଥିବା ବେଳେ ସ୍ଥାନିୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଛେଣ୍ତିପଦା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । Advertisement
କୋଭିଡ ହସ୍ପିଟାଲ ପାଇଁ ଚିଠି ଲେଖିଲେ ଉପ-ବାଚସ୍ପତି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଯୋଗୁଁ ଓଡିଶା ବିଧାନସଭାର ଉପ-ବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ଜିଲ୍ଲାରେ ଦୁଇଟି କୋଭିଡ…
କଲେଜ ଅଧ୍ୟକ୍ଷଙ୍କ ପରଲୋକ କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଆଲୋକ ରଞ୍ଜନ ପାତ୍ରଙ୍କ ଅକାଳ ବିୟୋଗ ହୋଇଛି । ସୂଚନା ଯେ ଆଲୋକ ରଞ୍ଜନ ପାତ୍ର ଯୁକ୍ତ…
ଛାତ୍ରଙ୍କ ଝୁଲନ୍ତା ମୃତଦେହ ଠାବ – ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ସାପୋଇସାହି ନିକଟସ୍ଥ ଏକ ମହୁଲ ଗଛରୁ ଜଣେ କଲେଜ ଛାତ୍ରଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି ।…