ମୁଖ୍ୟ ଖବର ଜିଲ୍ଲାରେ ଗଡି ନପାରେ ୧୦୮ Angul OnlineOctober 28, 2024October 28, 2024 ଅନୁଗୁଳ – ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକମାନଙ୍କୁ ତ୍ବରିତ ଚିକିତ୍ସା ସେବା ଯୋଗାଇବା ପାଇଁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯାଇଥିଲା । ଚଳିତ ମାସରୁ ଏକ ନୂଆ ସଂସ୍ଥା ଏହାର ପରିଚାଳନା ଦାୟିତ୍ଵ ନେଇଛି । ଏହି ସଂସ୍ଥା ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ଦେଇ ନଥିବାରୁ ସେମାନେ ଆସନ୍ତା ୧ ତାରିଖରୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଫଳରେ ଆସନ୍ତା ତାରିଖରୁ ଅନୁଗୁଳ ଜିଲ୍ଲାରେ ୧୦୮ ଆମ୍ବୁଲାନ୍ସ ସେବା ବନ୍ଦ ରହିବ ବୋଲି ଆଶଙ୍କା ପ୍ରକାଶ ପାଇଛି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲାରେ ମୋଟ ୩୦ଟି ୧୦୮ ଆମ୍ବୁଲାନ୍ସ ରହିଛି । ଏହି ୩୦ଟି ଆମ୍ବୁଲାନ୍ସରେ ପୂର୍ବରୁ ପରିଚାଳନା କରୁଥିବା ମୁମ୍ବାଇର ଜିକିତ୍ସା ହେଲଥ୍ କେୟାର୍ ଲି ମି ଟେଡ୍ ( ଜେଡ୍ ଏଚ୍ ଏଲ୍ ) ପକ୍ଷରୁ ୬୭ ଜଣ ଚାଳକ, ୫୯ ଜଣ ଫାର୍ମାସିଷ୍ଟ ଓ ୫୭ ଜଣ ଆଟେଣ୍ଡାଣ୍ଟ ନିୟୋଜିତ ହୋଇଥିଲେ । ଚଳିତ ମାସ ୨୦ ତାରିଖରେ ଜେଏଚ୍ଏଲ୍ର ଟେଣ୍ଡର୍ ଶେଷ ହୋଇଯାଇଛି । ଏକ ନୂଆସଂସ୍ଥା ଏମ୍ରି ଗ୍ରିନ୍ ହେଲ୍ଥ କେୟାର୍(ଜେବିକେ) ଚଳିତ ମାସର ୨୧ ତାରିଖରୁ ୧୦୮ ଆମ୍ବୁଲାନ୍ସର ପରିଚାଳନା ଦାୟିତ୍ଵ ନେଉଛି। ଚଳିତ ମାସରେ ଜେବିକେ ଆଉ ୭ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଛି । ଏହିଭଳି ମୋଟ ୧୯୦ ଜଣ କର୍ମଚାରୀ ଏବେ ଆମ୍ବୁଲାନ୍ସରେ କାର୍ଯ୍ୟରତ ଅଛନ୍ତି । ସେହି ୧୯୦ ଜଣ କର୍ମଚାରୀଙ୍କ ମଧ୍ୟରୁ ନୂତନ ସଂସ୍ଥା ଜେବିକେ ୧୬୧ ଜଣଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛି। ସେଥିରୁ ୨୯ ଜଣଙ୍କୁ ଏ ପର୍ଯ୍ୟନ୍ତ ନିଯୁକ୍ତିପତ୍ର ଦେଇନାହିଁ। ଏହି କର୍ମଚାରୀମାନେ ବହୁବର୍ଷ ହେଲା ଆମ୍ବୁଲାନ୍ସରେ ନିୟୋଜିତ ହୋଇ ଜୀବିକା ନିର୍ବାହ କରୁଛନ୍ତି । ନିଯୁକ୍ତି ମିଳି ନଥିବାରୁ ସେମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଆସନ୍ତା ୩୧ ତାରିଖ ସୁଦ୍ଧା ୧୦୮ ଆମ୍ବୁଲାନ୍ସର ସମସ୍ତ ଚାଳକ,ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟଙ୍କୁ ନିଯୁକ୍ତି ଦିଆ ନଗଲେ ଆସନ୍ତା ୧ ତାରିଖଠାରୁ ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ଗାଡିର ଜିପିଆରଏସ ବନ୍ଦ ରଖି ଗାଡି ଚଳାଇବେ ବୋଲି ନିଷ୍ପତ୍ତି ନିଆ ଯାଇଛି । ତା ପରେ ବି ସରକାର ଦାବି ପୁରୁଣ ନ କରନ୍ତି ତା ହେଲେ ଆସନ୍ତା ନଭେମ୍ବର ଆରମ୍ଭରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ତେବେ ଏହି ଆନ୍ଦୋଳନ ଯଦି ହୁଏ ତେବେ ସାଧାରଣ ଲୋକ ବହୁ ଅସୁବିଧା ଭୋଗିବାର ସମ୍ଭାବନା ରହିଛି । Advertisement
୨୦୨୬ ପୂର୍ବରୁ ଚାଲିପାରିବନି ତାଳଚେର ମେଡିକାଲ କଲେଜ !! ଅନୁଗୁଳ – ତାଳଚେର ମେଡିକାଲ କଲେଜ ୨୦୨୬-୨୭ରେ କାର୍ଯ୍ୟକ୍ଷମ ହେବ । ବିଧାନସଭାରେ ରାଜ୍ୟ ସରକାର ଏକଥା କହିଛନ୍ତି । ଅକ୍ଟୋବରରୁ ଏହି ମେଡିକାଲ କଲେଜରେ ରୋଗୀସେବା…
ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କ ପରଲୋକ ତାଳଚେର – ଅନୁଗୁଳ ଜିଲ୍ଲାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ବିଛନ୍ଦ ଚରଣ ପ୍ରଧାନଙ୍କର ୧୦୩ ବର୍ଷ ବୟସରେ ପରଲୋକ ହୋଇଯାଇଛି l ସେ ଗତ କିଛି ଦିନ…
ସାଂସଦଙ୍କ ବାସଭବନରୁ ଚୋରି ପାଲଲହଡ଼ା – ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ବାସଭବନରୁ ଚୋରି ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ତାଙ୍କ ପାଲଲହଡା ଥାନା ପେଣ୍ଡେରାବସା ସ୍ଥିତ ବାସଭବନରୁ ବିଳମ୍ବିତ…