ଖେଳ ଓ ଖେଳାଳି ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟ Angul OnlineOctober 17, 2022October 17, 2022 ଅନୁଗୁଳ – ଅନୁଗୁଳ ଜିଲ୍ଲା ତୁରଙ୍ଗର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ୧୧ ତମ ତୁରଙ୍ଗ କପ ଫୁଟବଲ ଟୁର୍ଣାମେଣ୍ଟର ଉଦଘାଟନ ହୋଇଥିଲା । ଉଦଘାଟନି ମ୍ୟାଚ୍ ରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଜିଲ୍ଲା ଆରକ୍ଷି ଅଧିକ୍ଷକ ଜଗମୋହନ ମିନା ଯୋଗ ଦେଇ ଟୁର୍ଣାମେଣ୍ଟର ଉଦଘାଟନ କରିବା ସହିତ ଟ୍ରଫି ଉନ୍ମୋଚୋନ କରିଥିଲେ । ଏହି ଟୁର୍ଣାମେଣ୍ଟ ରେ କୋଲକତା ସମେତ ରାଜ୍ୟ ର ୮ ଟି ଟିମ୍ ଭାଗ ନେଇଛନ୍ତି । ଉଦଘାଟନୀ ମ୍ୟାଚ୍ ରେ କଟକର ଚାନ୍ଦ କ୍ଲବ ସହିତ ବେଲପାହଡ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ ବେଲପାହଡ ଟିମ ୨-୧ ଗୋଲ୍ ରେ ବିଜୟ ଲାଭ କରିଥିଲା । ଉଦଘାଟନି ମ୍ୟାଚ୍ ରେ ତୁରଙ୍ଗ ଆଥଲେଟିକ ଆଶୋସିଏସନ୍ ର ସଭାପତି ପବିତ୍ର ମୋହନ ଦାସ୍, ବିଜୁ ଯୁବ ଜନତା ଦଳ ର ଜିଲ୍ଲା ସଭାପତି ଦିନେଶ ପ୍ରଧାନ , ତୁରଙ୍ଗ ପଞ୍ଚାୟତ ସରପଞ୍ଚ୍ ସମରେନ୍ଦ୍ର ଦେହୁରି, ସମିତି ସଭ୍ୟ ସରୋଜ ପଣ୍ଡା, ପୂର୍ବତନ ୨୬ ନଂ ଜୋନ ଜିଲ୍ଲା ପରିଷଦ ସନ୍ତୋଷ ଦାସ୍ ପ୍ରମୁଖ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍ଵିତୀୟ ଦିନରେ ଭୁବନେଶ୍ବରର ଜଗା ୟୁନାଇଟେଡ ଓ ଆଠମଲ୍ଲିକ ର ଏ.କେ କ୍ଲବ୍ ପତାକା ମଧ୍ୟରେ ଖେଳ ହୋଇଥିଲା । ଏହି ମ୍ୟାଚ୍ ରେ ଜଗା ୟୁନାଇଟେଡ ୩-୦ ଗୋଲ ରେ ବିଜୟ ଲାଭ କରିଥିଲା । ଜଗା ୟୁନାଇଟେଡ୍ ତରଫରୁ ୧୫ ନଂ ଜର୍ସି ରେ ଖେଳୁଥିବା ଦିନବନ୍ଧୁ ଦାସ୍ ୩ ଟି ଗୋଲ ଦେଇ ମ୍ୟାନ୍ ଅଫ ଦି ମ୍ୟାଚ ବିବେଚିତ ହେଇଥିଲେ । ଏଥିରେ ତୁରଙ୍ଗ ପଞ୍ଚାୟତର ସମସ୍ତ ବରିଷ୍ଟ ନାଗରିକ ମାନେ ଅତିଥି ଭାବେ ଯୋଗ ଦେଇଥିଲେ । Advertisement
କ୍ରୀଡ଼ା କ୍ଷେତ୍ର ପ୍ରତି ଉଲ୍ଲେଖନୀୟ ଅବଦାନ ପାଇଁ ଜେ.ଏସ.ପି.କୁ ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ ଭୁବନେଶ୍ୱର – କ୍ରୀଡ଼ାର ବିକାଶ ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର (ଜେଏସପି)କୁ ସମ୍ମାନଜନକ ସିଏସଆର ଜର୍ଣ୍ଣାଲ ଏକ୍ସିଲେନ୍ସ ଆଓ୍ୱାର୍ଡ-୨୦୨୪…
ରାଜ୍ୟ ଆଥେଲେଟିକ ମିଟରେ ଅନୁଗୁଳକୁ ୧୧ ପଦକ ଅନୁଗୁଳ – ଭୁବନେଶ୍ୱର ସ୍ଥିତ କିଟ୍ ବିଶ୍ଵବିଦ୍ୟାଳୟ ପଡ଼ିଆରେ ନିକଟରେ ଆୟୋଜିତ ୬୮ତମ ରାଜ୍ୟ ଦୌଡ଼ କୁଦ ପ୍ରତିଯୋଗିତାରେ ଅନୁଗୁଳ ଜିଲ୍ଲାକୁ ଐତିହାସିକ ସଫଳତା ମିଳିଛି ।…
ଜେଏସପି ଫାଉଣ୍ଡେସନ ଏବଂ ଡିଟିଏସଆରଡିଏଫ୍ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଗୋଳ – ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ…