ମୁଖ୍ୟ ଖବର ୧୨ ଫୁଟ ଅହିରାଜ ଉଦ୍ଧାର Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଗଡତରାସ ଗ୍ରାମରୁ ଆଜି ଏକ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରା ଯାଇଛି । ଗଡତରାସ ଗ୍ରାମ ଶିବ ମନ୍ଦିର ନିକଟ ଏକ ଜଳାଶୟ ପାଖରେ ଏକ ବଡ ସାପକୁ କିଛି ଗ୍ରାମବାସୀ ଦେଖି ଭୟଭୀତ ହୋଇଯାଇଥିଲେ । ତୁରନ୍ତ ଗ୍ରାମ ସଭାପତି ସୁବର୍ଣ୍ଣୀ ପ୍ରଧାନ ଏ ସଂମ୍ପର୍କରେ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଜଣାଇଥିଲେ । ଖବର ପାଇ ଶ୍ରୀ ବେହେରାଙ୍କ ସହ ସର୍ପଉଦ୍ଧାରକାରୀ ଶିବାନୀ ଶଙ୍କର ଦେହୁରୀ ଓ ବିଜୁ ଭୋଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ପରେ ସାପଟିକୁ ବନ୍ତଳା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା । ପରେ ବନାଞ୍ଚଳ ଅଧିକାରୀ ମାଧବଚନ୍ଦ୍ର ନାଏକଙ୍କ ନିର୍ଦ୍ଦେଶକ୍ରମେ ବନପାଳ ଗୁଲସନ ବେହେରାଙ୍କ ଉପସ୍ଥିତିରେ ଅହିରାଜକୁ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଗଡ଼ତରାସ ଗ୍ରାମରୁ ୩ ଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସର୍ପମିତ୍ର ଆଦିତ୍ୟଙ୍କଠାରୁ ଜଣାଯାଇଛି । Advertisement
ପୋଷାକ ଦୋକାନରେ ଅଗ୍ନିକାଣ୍ଡ ଅନୁଗୁଳ – ଅନୁଗୁଳ ବଜାର ଛକ ସ୍ଥିତ ଏକ ଡ୍ରେସ ଶୋ ରୁମରେ ଅଗ୍ନିକାଣ୍ଡ । ଏହା ଯୋଗୁ ଲକ୍ଷ ଲକ୍ଷ ଟଙ୍କାର ପୋଷାକ ଜଳି ପାଉଁଶ…
ଫରେଷ୍ଟର ପରିଚୟ ଦେଇ ପୁଲିସକୁ ଧମକ – ଯୁବକ ଗିରଫ କଣିହାଁ – ଅନୁଗୁଳ ଜିଲ୍ଲା ସମଲ ଥାନା ପୁଲିସକୁ ଫରେଷ୍ଟର ପରିଚୟ ଦେଇ ଫୋନ କରିବା ସହ ହଇରାଣ କରୁଥିବା ଅଭିଯୋଗରେ ଜଣେ ଯୁବକକୁ ସମଲ ପୁଲିସ…
ମୋଟରସାଇକେଲ ଉପରେ ଚଢିଗଲା ବସ – ଜଣେ ମୃତ , ଜଣେ ଗୁରୁତର ଅନୁଗୁଳ – ଅନୁଗୁଳ ଦେଇ ଯାଇଥିବା ଜାତୀୟ ରାଜପଥ-୫୫ର ସଦର ଥାନା ମୁଷାପାପୁଲିଠାରେ ଏକ ମର୍ମନ୍ତୁତ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଏହା ସହ…