ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ

ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ଦାବିରେ ୧୨ ଘଣ୍ଟିଆ ତାଳଚେର ବନ୍ଦ ହେବ

ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେରଠାରେ ନିର୍ମିତ ମହାନଦୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସେସ୍‌ ଆଣ୍ଡ ରିସର୍ଚ୍ଚ(ମିମ୍‌ସାର) କାର୍ଯ୍ୟକ୍ଷମ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆ ଯାଉ ନାହିଁ କି ଏହାକୁ କାର୍ଯ୍ୟକାରୀ କରିବାର କୌଣସି ଆଗ୍ରହ ଦେଖା ଯାଉ ନାହିଁ । ଫଳରେ ଏହି ମେଡ଼ିକାଲ କଲେଜ ହେଲେ ଅଞ୍ଚଳବାସୀ ଯେଉଁ ସୁଫଳ ପାଇବେ ବୋଲି ଆଶା ରଖା ଯାଇଛି , ତାହା ମଉଳି ଯାଉଛି । ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛି ମେଡିକାଲ୍ କଲେଜ କ୍ରିୟାନୁଷ୍ଠାନ କମିଟି । ଏହି ମେଡିକାଲ କଲେଜକୁ ଚଳିତ ବର୍ଷ କାର୍ଯ୍ୟକାରୀ କରିବା ଏବଂ ରୋଗୀ ସେବା ଆରମ୍ଭ କରିବା ପାଇଁ ମାର୍ଚ୍ଚ ୩୦ ସୁଦ୍ଧା ସରକାରୀ ବିଜ୍ଞପ୍ତି ପ୍ରକାଶ କରିବାକୁ କମିଟି ଦାବି କରିଛି । ଏହା ନ ହେଲେ ଆସନ୍ତା ଅପ୍ରେଲ୍ ୧ ତାରିଖରେ ୧୨ ଘଣ୍ଟିଆ ତାଳଚେର ବନ୍ଦ କରାଯିବ । ଏ ନେଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯାଇଛି । ଆଜି ଡେରାସ୍ଥିତ ଶିବ ମନ୍ଦିର ପରିସରରେ ଏକ ବୈଠକ କରାଯାଇ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

What’s your Reaction?
+1
0
+1
0
+1
0
+1
0
+1
4
+1
0
+1
1

Leave a Reply