ଅପରାଧ ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ Angul OnlineJune 19, 2023June 19, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ଏକ ବଡ ସଫଳତା ମିଳିଛି । ଅନେକ ଦିନ ହେଲା ଅବକାରୀ ବିଭାଗର ଟାର୍ଗେଟରେ ଥିବା ଜଣେ ବ୍ରାଉନସୁଗାର ବେପାରୀକୁ ଧରିବାରେ ସଫଳ ହୋଇଥିବା ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲା କାଣ୍ଡସର , କନ୍ୟାବେଡା ଗାଁର ୩୦ ବର୍ଷୀୟ ଅନିଲ ସାହୁ ଅନେକ ଦିନ ହେଲା ବ୍ରାଉନସୁଗାର ବେପାର କରି ଆସୁଥିଲେ ମଧ୍ୟ ଧରା ପଡୁ ନଥିଲା । ଏଥିପାଇଁ ଅବକାରୀ ବିଭାଗ ପକ୍ଷରୁ ତା ଉପରେ ସ୍ୱତନ୍ତ୍ର ନଜର ରଖା ଯାଇଥିଲା । ଆଉ ଆଜି ସେ ବ୍ରାଉନସୁଗାର ନେଇ ବିକ୍ରି କରିବାକୁ ଯାଉଥିବା ଖବର ପାଇ ଅବକାରୀ ଅଧିକ୍ଷକ ମଧୁସ୍ମିତା ନାୟକ ତାକୁ ଧରିବାକୁ ଜାଲ ବିଛାଇଥିଲେ । ଅନିଲ ଏକ ତିନି ଚକିଆ ଅଟୋରେ ଯାଉଥିବା ବେଳେ କୁକୁଡାଙ୍ଗ ନିକଟରେ ଅବକାରୀ ବିଭାଗ ତାକୁ କାବୁ କରି ନେଇଥିଲା । ଜାଞ୍ଚ ବେଳେ ତା ନିକଟରୁ ୧୨୫ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷ ୫୦ ହଜାର ଟଙ୍କା ହେବ ବୋଲି ଜଣା ପଡ଼ିଛି । Advertisement
ରାସ୍ତା କଡରେ ପଡିଛି ଦୁଇ ଶିଶୁଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହିଧରପୁର ରାସ୍ତା କଡରୁ ଦୁଇଟି ନବଜାତକ ଶିଶୁଙ୍କ ମୃତଦେହ ଉଦ୍ଧାର ହୋଇଛି । ରାସ୍ତା କଡରେ ଏହି ନବାଜାତକଙ୍କ ମୃତଦେହ ଗୁଡିକ…
ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ମାଛକୁଟା ପଞ୍ଚାୟତ ର ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଅଭିଯୋଗ ହୋଇଛି । ସରପଞ୍ଚ ପ୍ରାର୍ଥୀ ମନୋଜ ସେଠୀ ଆଜି…
ଭୁଜାଲିରେ ହାଣି ତିନି ଲକ୍ଷ ପଚାଶ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ ଅନୁଗୁଳ – ଭୁଜାଲିରେ ଆକ୍ରମଣ କରି ଲୁଟି ନେଲେ ୩ ଲକ୍ଷ ୫୦ ହଜାର ଟଙ୍କା । ଏଭଳି ଘଟଣା ଘଟିଛି ଛେଣ୍ଡିପଦା ଅଞ୍ଚଳରେ । ସୂଚନା…