୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ

୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ

ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିବା ସହ ଏହି କାରବାରରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରେସକ୍ୟୁ କଲୋନୀ ଅଞ୍ଚଳର ମନୋଜ ସାହୁ ଏକ ମୋଟରସାଇକେଲରେ ୯୭ ଗ୍ରାମ ବ୍ରାଉନସୁଗାର ଧରି ବଲଣ୍ଡା ଅଞ୍ଚଳକୁ ଯାଉଥିବା କୋଲିୟରୀ ପୁଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ତାକୁ ଡ଼େରା ଛକରେ ଧରିଥିଲା । ପଚରାଉଚରା ବେଳେ ସେ ବାଘୁଆବୋଲ ଅଞ୍ଚଳରେ ରହୁଥିବା କାଳିଆ ବର୍ମା ଓ ତାଙ୍କ ପୁତ୍ର ଲିପୁ ବର୍ମାଙ୍କଠାରୁ ଏହି ବ୍ରାଉନସୁଗାର ଆଣିଥିବା ପୁଲିସକୁ କହିଥିଲା । କୋଲିୟରୀ ପୁଲିସ ତୁରନ୍ତ ବାଘୁଆବୋଲ ଅଞ୍ଚଳର କାଳିଆ ବର୍ମା ଓ ଲିପୁ ବର୍ମାକୁ ଧରିବା ସହ ତାଙ୍କ ଗାଈ ଗୁହାଳରେ ଥିବା ଏକ ବ୍ୟାଗରୁ ୧୨୫ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରିଥିଲା । ତେବେ ଜବତ ହୋଇଥିବା ଏହି ବ୍ରାଉନ୍‌ସୁଗାରର ପରିମାଣ ଅନୁଗୁଳ ଜିଲ୍ଲାରେ ପୂର୍ବରୁ ଜବତ ହୋଇଥିବା ବ୍ରାଉନସୁଗାର ପରିମାଣଠାରୁ ସର୍ବାଧିକ ବୋଲି ଜଣା ପଡିଛି ।

 

 

 

What’s your Reaction?
+1
1
+1
0
+1
1
+1
0
+1
0
+1
0
+1
0

Leave a Reply