ଖେଳ ଓ ଖେଳାଳି କଳାହାଣ୍ଡି କପ – ୧୫ ଜଣିଆ ଅନୁଗୁଳ ଦଳ ଘୋଷଣା Angul OnlineApril 16, 2022April 16, 2022 ଅନୁଗୁଳ – କଳାହାଣ୍ଡି କପ୍ ପାଇଁ ଅନୁଗୁଳ କ୍ରିକେଟ ଦଳ ଘୋଷଣା ହୋଇଛି । ୧୫ ଜଣିଆ ଅନୁଗୁଳ ଦଳର ଅଧିନାୟକ ଭାବେ ଶୁଭ୍ରଜ୍ୟୋତି ମିଶ୍ରଙ୍କୁ ଚୟନ କରାଯାଇ ଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ନିର୍ନିମେଶ ଜେନା , ସୋହମରାଜ ମହାପାତ୍ର , ମିଲନ ସାମଲ , ରାକେଶ ବିଶ୍ଵାଳ , ଚନ୍ଦନ ସାହୁ , ଦୀପକ ତିୱାରୀ , ରାକେଶ ଗୋଛାୟତ (ୱିକେଟ କିପର) , କ୍ରାନ୍ତିରଞ୍ଜନ ଅମାନ୍ତ , ସତ୍ୟବ୍ରତ ସିଂହ , ସନ୍ଦିପ ସିଂହ , ବିକାଶ ସାହୁ , ଆଶୁତୋଷ ମହାରଣା , ହରପ୍ରୀତ ସିଂହ ଓ ଚିନ୍ମୟ ନସ୍କର ସ୍ଥାନ ପାଇଛନ୍ତି । ଏହି ଦଳ ପାଇଁ ମିଲନ୍ ସାହୁ କୋଚ୍ ନିଯୁକ୍ତ ହୋଇଥିବା ବେଳେ ସଞ୍ଜୀବ ପାତ୍ର ଶାରୀରିକ ପ୍ରଶିକ୍ଷକ ସହିତ ଦଳର ପରିଚାଳକ ଦାୟିତ୍ଵ ତୁଲାଇବେ । ଦଳରେ ବହୁ ଅଭିଜ୍ଞ ଖେଳାଳି ରହିଥିବାରୁ ଦଳ ସୁପର୍-୬ରେ ପହଞ୍ଚିବା ନେଇ କୋଚ୍ ଓ ପରିଚାଳକ ଆଶାବ୍ୟକ୍ତ କରିଛନ୍ତି । ଅନୁଗୁଳ ଦଳ ତା’ର ଅଭିଯାନ ୧୮ ତାରିଖରୁ ଆରମ୍ଭ କରିବ । ଦଳ ପ୍ରଥମ ମ୍ୟାଚ୍ ୧୮ ତାରିଖରେ ବରଗଡ଼ , ୧୯ ତାରିଖରେ ବୌଦ୍ଧ , ୨୦ରେ ଭଦ୍ରକ , ୨୨ରେ କିଟ୍ ଓ ୨୩ରେ ଗଞ୍ଜାମ ବିପକ୍ଷରେ ଖେଳିବ ବୋଲି ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘ ପକ୍ଷରୁ ସୂଚନା ଦିଆଯାଇଛି । Advertisement
ବାଗଡିଆ କପ୍ ଉଦ୍ଯାପିତ – କମାଣ୍ଡୋ ଇଲେଭେନ ଦଳ ବିଜୟୀ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗଡିଆ ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ବାଗଡିଆ କ୍ରିକେଟ ଆସୋସିଏସନ ପକ୍ଷରୁ ବାଗଡିଆ କପ୍ କ୍ରିକେଟ ଉଦ୍ଯାପିତ…
ଜେଏସପି ଫାଉଣ୍ଡେସନ ଏବଂ ଡିଟିଏସଆରଡିଏଫ୍ ଆନୁକୂଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ ମେଗା କାର୍ଯ୍ୟକ୍ରମ ଶୁଭାରମ୍ଭ ଅନୁଗୋଳ – ଜେଏସପି ଫାଉଣ୍ଡେସନ ଏବଂ ଦିଲୀପ ତିର୍କି ସ୍ପୋର୍ଟସ ରିସର୍ଚ୍ଚ ଏବଂ ଡେଭେଲପମେଣ୍ଟ ଫାଉଣ୍ଡେସନ(ଡିଟିଏସଆରଡିଏଫ୍)ର ମିଳିତ ଆନୁକୁଲ୍ୟରେ ଗ୍ରାମାଞ୍ଚଳରେ ତୃଣମୂଳ ହକିକୁ ପ୍ରୋତ୍ସାହିତ କରିବା ପାଇଁ…
ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କୁଶାସିଙ୍ଗ ଗ୍ରାମରେ ଅବସ୍ଥିତ ସରକାରୀ ପଲିଟେକନିକର ବାର୍ଷିକ କ୍ରୀଡା ଉତ୍ସବ ସୋମବାର ଆରମ୍ଭ ହୋଇଛି । ମଙ୍ଗଳବାର ଦିନ ଏହା ଉଦଯାପିତ…