ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା

ସୋମବାର ଠାରୁ ଯୁବଗୋଷ୍ଠୀଙ୍କୁ ଟିକା

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି (ସୋମବାର) ଠାରୁ ୧୮ ରୁ ୪୪ ବର୍ଷ ବୟସ ବର୍ଗଙ୍କୁ ଟିକାକରଣ କରାଯିବ । ଅନ୍ୟ ଜିଲ୍ଲା ମାନଙ୍କରେ ଏହି ବର୍ଗ ଲୋକଙ୍କୁ ଟିକାକାରଣ ପୂର୍ବରୁ ଆରମ୍ଭ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ଏହା ଆରମ୍ଭ ହୋଇ ନଥିଲା । ଯାହାକୁ ନେଇ ଜିଲ୍ଲାର ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏପରିକି ଟିକା ଦେ ସରକାର ଦାବି କରି ରାଜରାସ୍ତାକୁ ଓହ୍ଲାଇବା ପାଇଁ ଯୁବଗୋଷ୍ଠୀ ଚେତାବନୀ ଦେଇଥିଲେ । ସେପଟେ ଜିଲ୍ଲାରେ ଟିକାକରଣ ହେଉ ନଥିବା ଯୋଗୁଁ ଅନେକ ଯୁବକ କଟକ ଓ ଭୁବନେଶ୍ବର ଯାଇ ଟିକା ନେବାକୁ ଯାଉଥିଲେ ଏ ସବୁ ପରେ ବିଳମ୍ବରେ ହେଲେ ମଧ୍ୟ ଅନୁଗୁଳରେ ଯୁବଗୋଷ୍ଠୀଙ୍କୁ ଟୀକାକରଣ କରାଯିବାକୁ ନିଷ୍ପତ୍ତି ହୋଇଛି ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲିଠାରୁ ଅନୁଗୁଳ ଷ୍ଟାଡିଅମ ଠାରେ ଏହି ଟୀକାକରଣ କରାଯିବ ତେବେ କୋ-ୱିନ ପୋର୍ଟାଲରେ ସ୍ଲଟ ବୁକିଙ୍ଗ କରିଥିବା ଲୋକ ହିଁ ଟିକା ନେଇ ପାରିବ । ବିନା ସ୍ଲଟ ବୁକିଙ୍ଗରେ ଟିକା ଦିଆଯିବ ନାହିଁ । ପ୍ରଥମ ପର୍ଯ୍ୟାୟରେ ୫ ହଜାର ଟିକା ଦିଆଯିବ ବୋଲି ଜଣା ପଡିଛି । ତେବେ ଏହି ସମୟ ମଧ୍ୟରେ ୪୫ ବର୍ଷରୁ ଉର୍ଦ୍ଧ ଲୋକଙ୍କ ଟୀକାକରଣ ମଧ୍ୟ ଚାଲୁ ରହିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply