ଅପରାଧ ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜିଜୁଦାରୁ ଗାଁର ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଚାରୋଟି ମୋବାଇଲ ଜବତ କରା ଯାଇଛି । ସୂଚନା ଅନୁସାରେ ଘୁଞ୍ଚାପାଳ ଗାଁ ର ବିଷ୍ଣୁ ନାଏକ ନାମକ ଜଣେ ବ୍ୟକ୍ତି ହାଟ କରିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ କରିବା ପରେ ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରାକୁ ଧରିବାରେ ସଫଳ ହେବା ସହ ୪ ଟି ଚୋରା ମୋବାଇଲ ଜବତ କରିଥିଲା । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ପୁଲିସକୁ ଚାଲେଞ୍ଜ କରି ପୁଣି ଥରେ ଲୁଟେରା ସେମାନଙ୍କ ଉପସ୍ଥିତି ଜାହିର କରିଛନ୍ତି । ଦିନ ୩ ଟା ବେଳେ ବନ୍ଧୁକ…
ସଟର ତାଡି ଦୋକାନରୁ ଚୋରି – ଲୁଟିନେଲେ ଟଙ୍କା , ମୋବାଇଲ ଓ କମ୍ପ୍ୟୁଟର ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହିଧରପୁର ହାଟଛକରେ ଥିବା ଏକ ମୋବାଇଲ ଦୋକାନରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଦୋକାନ ମାଲିକ ସନାତନ ପାଳ…
ବାର୍ହା ଶିକାର କରିବାକୁ ନିଜେ ଶିକାର ହୋଇଗଲେ ଶିକାରୀ ଆଠମଲ୍ଲିକ – ବାର୍ହା ଶିକାର କରିବାକୁ ଯାଇ ପ୍ରାଣ ହରାଇଲେ ଶିକାରୀ । ଆଠମଲ୍ଲିକ ବନଖଣ୍ଡ ହଣ୍ଡପା ରେଞ୍ଜର କୁରୁମଟାପ ଜଙ୍ଗଲ ଏଭଳି ଘଟଣା ଘଟିଛି ।…