ମୁଖ୍ୟ ଖବର ବାପା-ଝିଅଙ୍କ ଉପରେ ଚଢ଼ିଗଲା ଟ୍ରକ – ଉଭୟ ମୃତ Angul OnlineMarch 14, 2022March 14, 2022 ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ କଲଣ୍ଡା ଗ୍ରାମ ନିକଟ ଜାତୀୟ ରାଜପଥ ୧୪୯ରେ ମୋଟରସାଇକେଲ ଉପରେ ଟ୍ରକ୍ ଚଢ଼ି ଯିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଖମାର ଗ୍ରାମର ସୁନୀଲ କୁମାର ସାହୁ ଏବଂ ଝିଅ ସଙ୍ଗୀତା ସାହୁ । ମୃତ ସୁନୀଲ କୁମାର ସାହୁ କଣିହାଁ ବ୍ଲକରେ ସହକାରୀ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ଝିଅ ସଙ୍ଗୀତା ସମନ୍ବିତ ଶିଶୁ କଲ୍ୟାଣ ବିଭାଗ ଅଧୀନରେ ସୁପରଭାଇଜର ଭାବେ କାର୍ଯ୍ୟ କରୁଥିଲେ । ସକାଳୁ ସେମାନେ ନିଜ ଘରୁ କଣିହାଁ ଅଭିମୁଖେ ମୋଟରସାଇକେଲ ( ଓଡି ୦୬ ଡି ୮୭୦୨) ଯୋଗେ ଯାଉଥିବା ବେଳେ ତାଳଚେର ପଟୁ ଆସୁଥିବା ସିଜି ୦୬ ଜିକ୍ୟୁ ୭୭୪୪ ନମ୍ବର ବିଶିଷ୍ଟ ଟ୍ରକ୍ଟି ଧକ୍କା ଦେଇ ତାଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ବାପ-ଝିଅଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟପଟେ କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ଜାତୀୟ ରାଜପଥ ୧୪୯କୁ ଅବରୋଧ କରାଯାଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପୋଲିସ ମୁତୟନ କରାଯାଇଥିଲା । Advertisement
ଅଜଗର ସାପକୁ ଗିଳିଲା ଅହିରାଜ(ଭିଡିଓ) ଅନୁଗୁଳ – ଫୁଟ ଲମ୍ବର ଅଜଗର ସାପକୁ ଗିଳିଲା ୧୧ ଫୁଟର ଅହିରାଜ ସାପ । ଏଭଳି ଘଟଣା ଆଜି ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ…
ପୁଲିସ ଏ.ଏସ.ଆଇ.ଙ୍କ ଅକାଳ ବିୟୋଗ ତାଳଚେର – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ସମଲ ଥାନାରେ କାର୍ଯ୍ୟରତ ଏଏସ୍ଆଇ ନରେଶ ସିଂ ଙ୍କର ରବିବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
ରାଜପଥ ନା ମୃତ୍ୟୁ ପଥ ? ଗୋଟିଏ ଦିନରେ ନେଲା ୨ ଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ଏବେ ମୃତ୍ୟୁର ପଥ ପାଲଟିଛି । ପ୍ରତ୍ୟେକ ଦିନ ଏହି ରାଜପଥର କେଉଁଠି ନା…