ଅପରାଧ ଭେଣ୍ଡି ଜୋନରୁ ୨ ଲକ୍ଷ ୧୭ ହଜାର ଟଙ୍କା ସହ ବ୍ରାଉନସୁଗାର ଜବତ Angul OnlineDecember 8, 2024December 8, 2024 ଅନୁଗୁଳ – ଅନୁଗୁଳ ଟାଉନ ହାଇସ୍କୁଲ ସମ୍ମୁଖ ଭେଣ୍ଡି ଜୋନରେ ଚଢାଉ କରି ଅନୁଗୁଳ ସ୍ପେଶିଆଳ ସ୍କ୍ବାର୍ଡ ବ୍ରାଉନସୁଗାର ଜବତ କରିଥିବା ବେଳେ ଜଣେ ମହିଳା ସମେତ ତିନି ଜଣଙ୍କୁ ଗିରଫ କରା ଯାଇଛି । ସୂଚନା ଅନୁସାରେ ଭେଣ୍ଡି ଜୋନରେ ରହି କିଛି ଅସାଧୁ ବ୍ୟକ୍ତି ଅନେକ ଦିନ ହେଲା ବେପାର କରି ଆସୁଥିବା ଖବର ଥିଲା । ତେବେ ଆଜି ବିଶେଷ ସୂତ୍ରରୁ ଖବର ପାଇ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦେଶ କ୍ରମେ ଅନୁଗୁଳ ଥାନା ପୁଲିସ ଓ ଜିଲ୍ଲା ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ ଅନଗୁଳ ଟାଉନ ହାଇ ସ୍କୁଲ ସମୁଖରେ ଥିବା ମୁନସିପାଲଟିର ନୂତନ ଭାବେ ନିର୍ମିତ ଭେଣ୍ଡିଙ୍ଗ ଜୋନରେ ଚଢାଉ କରିଥିଲେ । ଚଢାଉ ବେଳେ ୦୩ ଜଣ ଅପରାଧୀଙ୍କୁ ଗିରଫ କରିବା ସହିତ ୫ ଗ୍ରାମ ୬୦୦ ମିଲି ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଗିରଫ ଅଭିଯୁକ୍ତ ମାନେ ହେଲେ ରାଜକିଶୋରପଡାର ଚତୁରୀ ନାଏକ , ପିଣ୍ଟୁ ଓରଫ ମୀର ହ।ସିମ ଓ ତୁରଙ୍ଗ ଗାଁର ସମେଷ ଦାସ । ବ୍ରାଉନସୁଗାରର ଜବତ କରିବା ସହ ତାଙ୍କ ନିକଟରୁ ୨ ଲକ୍ଷ ୧୭ ହଜାର ଟଙ୍କା ମଧ୍ୟ ଜବତ କରା ଯାଇଛି । ସେମାନଙ୍କ ନିକଟରୁ ତିନିଗୋଟି ମୋବାଇଲ ଫୋନ ଓ ଗୋଟିଏ ଟାବ୍ଲେଟ ଜବତ ମଧ୍ୟ କରା ଯାଇଛି । Advertisement
ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ – ଯୁବକ ଗିରଫ ତାଳଚେର – ପୂର୍ବତନ ପ୍ରେମିକାର ଅଶ୍ଳୀଳ ଫଟୋ ପଠାଇ ବ୍ଲାକମେଲ କରିବା ଅଭିଯୋଗରେ ଜଣେ ଯୁବକକୁ ଗିରଫ କରିଛି ତାଳଚେର କୋଲିୟାରୀ ପୁଲିସ । ଗିରଫ ଯୁବକ…
ପୁଣି ଜିଲ୍ଲାରେ ନକଲି କାରଖାନା ଠାବ – ଏଥର ପାଟି ସୁଆଦ ଚିପସ ଆଉ କୁରକୁରେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଗତ କିଛିଦିନ ତଳେ ନକଲି ଖାଇବା ତେଲ ଓ ପରେ ପରେ ନକଲି ଅଟା ଓ ହଳଦୀ କାରାଖାନା ଠାବ ହୋଇଥିଲା…
ଗୁଳି ମାଡରେ ଆହତ ଯୁବକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଗତ ୩୦ ତାରିଖ ବିଳମ୍ବିତ ରାତିରେ ହୋଇଥିବା ଗୁଳିକାଣ୍ଡ ଘଟଣାରେ ଆହତ ଯୁବକଙ୍କ ଚିକିତ୍ସାଧୀନ ଅବସ୍ଥାରେ…