ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ

ଜିଲ୍ଲାରେ ପାଣିରେ ବୁଡି ଯୁବ ଇଞ୍ଜିନିୟର ସମେତ ୨ ନିଖୋଜ

ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପାଣିରେ ବୁଡି ଦୁଇଜଣ ନିଖୋଜ ଅଛନ୍ତି ସେମାନଙ୍କ ମଧ୍ୟରୁ ଡେରେଜାଙ୍ଗ ପ୍ରୋଜେକ୍ଟରେ ନିଖୋଜ ଥିବା ଯୁବକ ଜଣକ ଜଣେ ଇଞ୍ଜିନିୟର ବୋଲି ଜଣା ପଡିଛି ସେହିଭଳି ରେଙ୍ଗାଳୀ ଜଳ ଭଣ୍ଡାରରେ ଗତକାଲି ଠାରି ଜଣେ ନିଖୋଜ ଥିବା ମଧ୍ୟ ଜଣା ପଡିଛି ସୂଚନା ଅନୁସାରେ ନାଲକୋର ଅବସର ପ୍ରାପ୍ତ ଏଚଆରଡି କର୍ମଚାରୀ ତ୍ରିନାଥ ଶଙ୍କର ହୋତାଙ୍କ ପୁତ୍ର ବିଭାନ୍ସୁ ହୋତା ତାଙ୍କ ଅନ୍ୟ ୩ ଜଣ ସାଙ୍ଗ ସହ ଡେରଜେଙ୍ଗ ପ୍ରୋଜେକ୍ଟ ଠାରେ ବନ୍ଧୁତ୍ୱ ଦିବସ ପାଳନ କରିବା ପାଇଁ ନାଲକୋନଗରରୁ ଯାଇଥିଲେ । ୪ ସାଙ୍ଗ ଡ୍ୟାମ ନିକଟରେ ଖାଇ ସାରିବା ପରେ  ବିଭାନ୍ସୁ ଡ୍ୟାମ ନିକଟକୁ ହାତ ଧୋଇବା ପାଇଁ ଯାଇଥିଲେ । ତେବେ ହଠାତ ତାଙ୍କ ଗୋଡ଼ ଖସି ଯିବାରୁ ସେ ପାଣିରେ ବୁଡି ଯାଇଥିଲେ । ହଠାତ ସେ ଗଭୀର ପାଣିକୁ ଚାଲି ଯିବାରୁ ସାଙ୍ଗ ମାନେ ତାଙ୍କୁ ଉଦ୍ଧାର କରି ପାରି ନଥିଲେ ବିଭାନ୍ସୁ ଏମ.ବି.ଏ ପାଠ ପଢା ସାରି ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଏବେ ୱାର୍କ ଫ୍ରମ ହୋମରେ କରୁଥିଲେ । ବିଭାନ୍ସୁଙ୍କ ମା ନାଲକୋ ଡିପିଏସ ସ୍କୁଲରେ ଗଣିତ ବିଭାଗର ଏଚଓଡି ଦାୟିତ୍ଵ ମଧ୍ୟ ଅଛନ୍ତି । ଯୁବ ଇଞ୍ଜିନିୟର ପାଣିରେ ବୁଡିଯିବା ଖବର ପାଇ ଅନୁଗୁଳ ଅଗ୍ନୀଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲା । ତେବେ ଗଭୀର ପାଣି ଓ ରାତି ହେବାରୁ ତାଙ୍କୁ ଖୋଜିବା ଅସମ୍ଭବ ହୋଇ ପଡିଥିଲା । ସେହିଭଳି ଅନୁଗୁଳ ଜିଲ୍ଲା ରେଙ୍ଗାଳି ଜଳ ଭଣ୍ଡାରରେ ଜଣେ ଯୁବକ ନିଖୋଜ ଥିବା ସନ୍ଦେହ କରା ଯାଉଛି । ସୂଚନା ଅନୁସାରେ ଗତକାଲି ରାତିରେ ଏକ ଲାଲ ରଙ୍ଗର ସ୍କୁତି ନଦୀବନ୍ଧ ଉପରେ ରାଖୀ ଜଣେ ଯୁବକ ବୁଲାବୁଲି କରୁଥିଲେ । ତେବେ ବିଳମ୍ବିତ ରାତିରେ ଯୁବକ ଜଣକୁ ଆଉ ଦେଖିବାକୁ ମିଳି ନଥିଲା । ସ୍କୁଟିଟି ସେହିଭଳି ଛିଡା ହୋଇଥିବା ବେଳେ ଯୁବକ ଜଣଙ୍କ ଜଳଭଣ୍ଡାର ପାଣିକୁ ଡେଇଁ ପଡିଥିବା ସନ୍ଦେହ କରା ଯାଉଛି । ତେବେ ଉକ୍ତ ଯୁବକ ଜଣଙ୍କ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁର ସରୋଜ ବିଶ୍ଵାଳ ବୋଲି ସନ୍ଦେହ କରା ଯାଉଛି ସେ ଏନଟିପିସି ଅଞ୍ଚଳରେ ରହି ଆମ୍ବୁଲାନ୍ସ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ ସେ ନିଖୋଜ ଥିବା କଥା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି

What’s your Reaction?
+1
0
+1
1
+1
1
+1
0
+1
7
+1
1
+1
8

Leave a Reply