ଅପରାଧ ନାବାଳିକା ଅପହରଣ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ Angul OnlineMarch 13, 2024March 13, 2024 ଅନୁଗୁଳ – ସ୍କୁଲରୁ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମନାରେ ଦଣ୍ଡିତ କରିଛନ୍ତି ଅନୁଗୁଳ ଆଡହକ ଜିଲ୍ଲା ଓ ଦୌରାଜଜ । ସୁଚନା ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅଞ୍ଚଳର ଏକ ସ୍କୁଲକୁ ୨୦୨୨ ମସିହା ଅକ୍ଟୋବର ମାସ ୧୮ ତାରିଖରେ ନାବାଳିକା ଜଣଙ୍କ ପାଠ ପଢିବାକୁ ଯାଇଥିବା ବେଳେ ସ୍କୁଲର ଶିକ୍ଷୟତ୍ରୀ , ମଧ୍ଯାହ୍ନ ଭୋଜନ ପରେ ନାବାଳିକା ଜଣଙ୍କ ଆଉ ସ୍କୁଲକୁ ଫେରି ନଥିବା ପରିବାର ଲୋକଙ୍କୁ ଖବର ଦେଇଥିଲେ । ଖବର ପାଇ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ନିରାଶ ହେବା ବେଳେ କେହି ଜଣେ ଯୁବକ ନାବାଳିକାଙ୍କୁ ଘୋଷାଡି ନେଇ ଯାଉଥିବା ଦେଖିଥିବା କଥା ସ୍କୁଲର ଜଣେ ଛାତ୍ର ପରିବାର ଲୋକଙ୍କୁ ସୁଚନା ଦେଇଥିଲେ । ଏହା ଜାଣିବା ପରେ ପରିବାର ଲୋକ ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୁଲିସ ଘଟଣାର ତଦନ୍ତ କରି ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଅଞ୍ଚଳର ଜଗା @ ସୌଭାଗ୍ଯ ବେହେରା ନାମକ ଜଣେ ଯୁବକ ଏହି ନାବାଳିକାକୁ ଅପହରଣ କରି ନେଇ ଯାଇଥିବା ଜାଣିବାକୁ ପାଇଥିଲା । ପୁଲିସ କଣ୍ଟାବଣିଆରେ ଚଢାଉ କରି ସୌଭାଗ୍ଯକୁ ଗିରଫ କରି ପୋକସୋ ମାମାଲାରେ କୋର୍ଟ ଚାଲାଣ କରିଥିଲା । ଏହି ମାମଲାରେ ୧୦ ଜଣ ସାକ୍ଷୀ ଓ ପ୍ରମାଣ ଆଧାରରେ ଅନୁଗୁଳ ଆଡହକ ଜିଲ୍ଲା ଓ ଦୌରାଜଜ ବିରଞ୍ଚି ନାରାୟଣ ମିଶ୍ର ସୌଭାଗ୍ଯକୁ ୨୦ ବର୍ଷ କାରାଦଣ୍ଡାଦେଶ ସହ ୫୦ ହଜାର ଟଙ୍କା ଜୋରିମନା , ଜୋରିମନା ଅନାଦେୟ ଆଉ ଏକ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ପ୍ରଦୀପ କୁମାର ଭୁତିଆ ମାମଲା ପରିଚାଳନା କରିଥିଲେ । Advertisement
ଲିଙ୍କ ଦେଇ ବରିଷ୍ଠ କିରାଣୀଙ୍କ ଠାରୁ ଠକି ନେଲା ୧ ଲକ୍ଷ ୧୮ ହଜାର ଟଙ୍କା ଅନୁଗୋଳ – ଅନୁଗୋଳ ଜିଲ୍ଲାରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣୀ ସାଇବର ଠକାମୀର ଶିକାର ହୋଇଛନ୍ତି । ଦୁର୍ବୃତ୍ତ ମାନେ ଅତି ଚାଲାକିରେ ତାଙ୍କ ଆକାଉଣ୍ଟରୁ…
ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଅନୁଗୁଳ – ନାବାଳିକା ଦୁଷ୍କର୍ମ କରିଥିବା ଜଣେ ଅଭିଯୁକ୍ତ ଆଜି ଅନୁଗୋଳର ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ବତନ୍ତ୍ର ପକ୍ସୋ ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛି…
ବିବାହ ନାଁରେ ମହିଳାଙ୍କୁ ଠକେଇ । ରସିକିଆ ଧୂର୍ତ୍ତକୁ ବାନ୍ଧିଲା ପୁଲିସ ଅନୁଗୁଳ – ବିବାହ ବାହାନାରେ ଠକେଇ ଅଭିଯୋଗରେ ଅଭିଯୁକ୍ତ , ରସିକିଆ ଧୂର୍ତ୍ତ ବିରଞ୍ଜି ନାରାୟଣ ନାଥଙ୍କୁ କ୍ରାଇମବ୍ରାଞ୍ଚ ଅନୁଗୁଳ ଜିଲ୍ଲା ଛେଣ୍ଡିପଦାରୁ ଗିରଫ କରିଛି ।…