ଅନୁଗୁଳ – ଜଳ ସଂରକ୍ଷଣ ଆନିକଟ ପାଇଁ ୨୨୧ ତାଙ୍କ ମଞ୍ଜୁର କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଜିଲ୍ଲାର ସମସ୍ତ ବିଧାୟକ । ବିନା ବିସ୍ଥାପନରେ ସୀମିତ ନଦୀ ଗର୍ଭରେ ବୃହତ ଜଳାଶୟ ସୃଷ୍ଟି ଲାଗି ରାଜ୍ୟ ସରକାର ୨୦୧୯ – ୨୦ ମସିହାରେ ୧୧୭୦୦ କୋଟି ଟଙ୍କା ବ୍ୟୟରେ ” ନଦୀ ଗର୍ଭ ସୀମିତ ଜଳ ସଂରକ୍ଷଣ ଆନିକଟ ନିର୍ମାଣ ” ପ୍ରକଳ୍ପର ଯୋଜନା କରିଛନ୍ତି । ଏହି ଯୋଜନା ମଧ୍ୟରେ ବ୍ରାହ୍ମଣୀ ନଦୀରେ ଅନୁଗୁଳ ଜିଲ୍ଲାର ତାଳଚେର ବ୍ଳକର ଖାଲପାଳ ଗ୍ରାମ ନିକଟରେ ଏକ ସେତୁ ନିର୍ମାଣ କରାଯିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ସେତୁ ନିର୍ମାଣ ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ପାଇଁ ୨୨୧ କୋଟି ଟଙ୍କା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମଂଜୁର କରିଛନ୍ତି । ପ୍ରକଳ୍ପଟି ଖୁବ ଶୀଘ୍ର ଆରମ୍ଭ ହେବାକୁ ଥିବା ବେଳେ ତେତିଶ ( ୩୩ ) ମାସ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପଟି ହେବା ଦ୍ବାରା ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଳକର ୨୨ଟି ଗ୍ରାମ , ପରଜଙ୍ଗ ସହର , ସରାଙ୍ଗ ଏବଂ ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକର ୨୩ଟି ଗ୍ରାମ , ଡେରା , T.T.P.S. , F.C.I. ଓ ତାଳଚେର ସହରର ଲୋକମାନଙ୍କୁ ପାନୀୟ ଜଳ ଓ ଘରୋଇ ବ୍ୟବହାର ନିମନ୍ତେ ପର୍ଯ୍ୟାପ୍ତ ଜଳ ମିଳିପାରିବ । ଏହା ସହ ମାଛ ଚାଷ , ପଶୁଧନ ପାଳନ ସହିତ ସ୍ଥାନୀୟ ଲୋକମାନଙ୍କର ସାମାଜିକ ଓ ଆର୍ଥିକ ଉନ୍ନତି ଦିଗରେ ଏହା ସହାୟକ ହେବ । ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ କୃତଜ୍ଞତା ଜ୍ଞାପନ କରା ଯାଇଛି । ଅନୁଗୁଳ ଜିଲ୍ଲା ବିଜେଡ଼ି ସଭାପତି ମହେନ୍ଦ୍ର ବସ୍ତିଆଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିବା ଏହି ସାମ୍ବାଦିକ ସମ୍ମିଳନୀରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ , ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା , ଆଠମଲ୍ଲିକ ବିଧାୟକ ରମେଶ ସାଏ , ପାଳଲହଡା ବିଧାୟକ ମୁକେଶ ପାଳ , ଅନୁଗୁଳ ବିଧାୟକଙ୍କ ନୋମିନୀ ଅରୁଣାଭ ସିଂହ ସମେତ ବିଜେଡିରେ ବହୁ ସଦସ୍ୟ ଉପସ୍ଥିତ ଥିଲେ ।
What’s your Reaction?
+1
+1
+1
+1
+1
3
+1
+1