ମୁଖ୍ୟ ଖବର ଅଣ୍ଡା ଖାଇ ୨୪ ଛାତ୍ରୀ ଅସୁସ୍ଥ Angul OnlineFebruary 4, 2023February 4, 2023 ଆଠମଲ୍ଲିକ – ମଧ୍ୟାହ୍ନ ଭୋଜନ ଖାଇ ୨୪ ଛାତ୍ରୀ ଗୁରୁତର ହୋଇଥିବା ଜଣା ପଡ଼ିଛି । ଅନୁଗୋଳ ଜିଲ୍ଲାର ଅଙ୍ଗପଡା ଆଦିବାସୀ ଛାତ୍ରୀ ନିବାସର ଛାତ୍ରୀ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ପ୍ରଧାନ ଶିକ୍ଷକ ରୋହିତ କୁମାର ପ୍ରଧାନଙ୍କ କହିବା ମୁତାବକ ଛାତ୍ରୀ ନିବାସର ଛାତ୍ରୀମାନେ ଏମ୍.ଇ. ସ୍କୁଲକୁ ମଧ୍ୟାହ୍ନ ଭୋଜନ କରିବାକୁ ଯାଇଥିଲେ । ହଷ୍ଟେଲକୁ ଆସିବା ପରେ କିଛି ଛାତ୍ରୀଙ୍କ ମୁଣ୍ଡ ବୁଲାଇ ବାନ୍ତି ହେଇଥିଲା । ପରେ ପରେ ଆଉ କିଛି ଛାତ୍ରୀ ମାନଙ୍କୁ ବାନ୍ତି ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଛି । ମିଳିଥିବା ସୁଚନା ମୁତାବକ ଦିଆଯାଇଥିବା ଅଣ୍ଡାରୁ ଏକ ଟ୍ରେର ଅଣ୍ଡା ପଚା ଥିଲା ବୋଲି ଛାତ୍ରୀ ମାନେ ଅଭିଯୋଗ କରିଛନ୍ତି । ଯାହାକୁ ଖାଇ ଫୁଡପଏଜନ ହୋଇଥିବା ଅନୁମାନ କରାଯାଉଛି । ଅସୁସ୍ଥ ସମସ୍ତ ଛାତ୍ରୀଙ୍କୁ କିଶୋରନଗର ମେଡିକାଲରେ ଭର୍ତ୍ତି କରାଯାଇଛି । Advertisement
ଜେଲରୁ ଛୁ ମାରିଲେ ଦୁଇ କଏଦୀ – ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ କାରାଗାରର ପାଚେରୀ ଡେଇଁ ଦୁଇ ବିଚରାଧୀନ କଏଦୀ ଫେରାର ହୋଇ ଯାଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଏହି…
ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଲା – ବିଜ୍ଞାନରେ ୯୫.୫ ଓ ବାଣିଜ୍ୟରେ ୮୧.୩ ପ୍ରତିଶତ ପାସ୍ ଅନୁଗୁଳ – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ଅନୁଗୁଳ…
ସୋମବାର ତାଳଚେର ବନ୍ଦ ତାଳଚେର – ଆସନ୍ତା କାଲି ୧୨ ଘଣ୍ଟିଆ ତାଳଚେର ବନ୍ଦ । ଗଡିବ ନାହିଁ ଗାଡି ମୋଟର । ଏହା ସହ ପିକେଟିଂ କରି ଦୋକା ବଜାର…