ଅପରାଧ ୨୫ ଗ୍ରାମ ବ୍ରାଉନସୁଗାର ଜବତ , ଜଣେ ଗିରଫ Angul OnlineMay 30, 2023May 30, 2023 ଅନୁଗୋଳ – ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗକୁ ବ୍ରାଉନସୁଗାର ନେଇ ପୁଣି ଏକ ସଫଳତା ମିଳିଛି । ତାଳଚେର ଅଞ୍ଚଳରୁ ୨୫ ଗ୍ରାମ ବାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ଅନୁଗୋଳ ଜିଲ୍ଲାର ମୁଖ୍ୟତଃ ନାଲକୋ ଓ ତାଳଚେର ଅଞ୍ଚଳରେ ବ୍ୟାପକ ଭାବେ ହେଉଥିବା ବ୍ରାଉନସୁଗାର ବେପାର ଅନୁଗୋଳ ଜିଲ୍ଲା ପୁଲିସ ଓ ଅବକାରୀ ବିଭାଗର ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏଥିପାଇଁ ଉଭୟ ବିଭାଗ ପକ୍ଷରୁ ଏହି ବ୍ରାଉନସୁଗାର ବେପାରୀଙ୍କ ଉପରେ କଡା ନଜର ରଖାଯାଇଛି । ଆଜି ତାଳଚେର ବାଘୁଆବୋଲ ରୋଡ଼ ଅଞ୍ଚଳରେ ଏଭଳି ଜଣେ ବେପାରୀ ବାଉନସୁଗାର ବିକ୍ରି ପାଇଁ ଉଦ୍ୟମ କରୁଥିବା ତାଳଚେର ଅବକାରୀ ବିଭାଗକୁ ଖବର ମିଳିଥିଲା । ଏଥିପାଇଁ ଅବକାରୀ ବିଭାଗ ତାକୁ ଧରିବାକୁ ଜାଲ ବିଛାଇଥିଲା । ଆଉ ସକାଳ ୭ ଟା ବେଳେ ବାଘୁଆବୋଲର ସନ୍ତୋଷ ଜାଲ ନାମକ ଜଣେ ବ୍ୟକ୍ତିକୁ ଅବକାରୀ ବିଭାଗ ଅଟକାଇ ଜାଞ୍ଚ କରିଥିଲା । ଜାଞ୍ଚ ବେଳେ ତା ନିକଟରୁ ୨୫ ଗ୍ରାମ ବ୍ରାଉନସୁଗାର ଜବତ କରା ଯାଇଥିଲା । ଜବତ ବାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୫୦ ହଜାର ଟଙ୍କା ବୋଲି ଅବକାରୀ ବିଭାଗ ପକ୍ଷରୁ କୁହା ଯାଇଛି । ବ୍ରାଉନସୁଗାର ବିକ୍ରି ଅପରାଧରେ ସନ୍ତୋଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ବନ୍ଧୁକ ଦେଖାଇବା ସହ କଟୁରୀରେ ହାଣି ଲୁଟିନେଲେ ଟଙ୍କା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଲୁଟେରାଙ୍କ ଦୌରାତ୍ମ କମିବାରେ ନାଁ ନେଉ ନାହିଁ l ଗତ କିଛି ଦିନ ତଳେ ଏକ ମଦ ଦୋକାନ ଓ ପରେ…
ଠକେଇ ଅଭିଯୋଗରେ ମହିଳା ଗିରଫ ଅନୁଗୁଳ – ଜାଲ ଦସ୍ତଖତ କରି ଟଙ୍କା ଉଠାଇବା ଅଭିଯୋଗରେ ଅନୁଗୁଳ ପୁଲିସ ଜଣେ ମହିଳାଙ୍କୁ ଗିରଫ କରିଛି । ମହିଳା ଜଣଙ୍କର ହେଲେ ଅନୁଗୁଳ ସହର…
ଘରେ ପଶି ଚୋରୀ କରୁଥିବା ବେଳେ ଧରା ପଡିଲା ଚୋର – ନିର୍ଧୂମ ଛେଚି ପୁଲିସର ଜିମା ଦେଲେ ଲୋକ ଅନୁଗୁଳ – ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲା ଚୋର । ଆଉ ନିର୍ଧୁମ ମାଡ଼ ଖାଇବା ପରେ ପୁଲିସ ବାନ୍ଧି ନେଲା ଚୋରକୁ…