ଅପରାଧ ମୋବାଇଲ ଚୋରୀ ଅଭିଯୋଗରେ ୩ କୋର୍ଟ ଚାଲାଣ Angul OnlineMay 22, 2022May 22, 2022 ଅନୁଗୁଳ – ଅନୁଗୁଳ ଥାନା ହେମସୁରପଡ଼ା ଅଞ୍ଚଳରୁ ଦୁଇଟି ମୋବାଇଲ ଚୋରୀ ହୋଇଥିବା ଘଟଣାରେ ପୁଲିସ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ମାନେ ହେଲେ ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ଗ୍ରାମର ବିଷ୍ଣ ନାଏକ , ହେମସୁର ପଡ଼ାର ରାଜେଶ ନାଏକ ଓ ବନ୍ତଳା ଥାନା ଦଳବେହେରାସାହିର ସୁଜିତ କୁମାର ନାଏକ । ସୂଚନା ଅନୁସାରେ , ଗତ ଏପ୍ରିଲ ୨୯ ତାରିଖରେ ହେମସୁରପଡ଼ାର ସର୍ବେଶ୍ବର ସାହୁଙ୍କ ଘରେ ଭୋର ସମୟରେ କେହି ପଶି ଦୁଇଟି ମୋବାଇଲ ଫୋନ୍ ନେଇଯାଇଥିଲେ । ଏନେଇ ସର୍ବେଶ୍ବର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଏଏସଆଇ ଅବଦୁଲ ୱାସିମ୍ ଖାନ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଘଟଣା ଜଣା ପଡିବା ପରେ ଚୋରୀ ହୋଇଥିବା ଦୁଇଟି ମୋବାଇଲ ପୁଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
ହାତୀଦାନ୍ତ ସହ ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ବନାଞ୍ଚଳ କନ୍ଧକୋଇଲି ଗାଁରେ ଆଜି ଏସଟିଏଫ ଓ ବନ ବିଭାଗ ଚାଢାଉ କରି ଦୁଇଟି ହାତୀ ଦାନ୍ତ ଜବତ କରିଥିବା…
୨ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ ଅନୁଗୁଳ – ଅନୁଗୁଳ ଅବକାରି ବିଭାଗ୍କୁ ପୁଣି ଏକ ବ୍ରାଉନସୁଗାର ମାମଲାରେ ସଫଳତା ମିଳିଛି । ଆଜି ଅବକାରି ବିଭାଗର ଅବକାରୀ ଇନ୍ସପେକ୍ଟର ରମ୍ଭା ବାଘ ଏବଂ…
ନବ ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଖମାର ଥାନା ଅନ୍ତର୍ଗତ ରଜଡଙ୍ଗ ଗ୍ରାମ ରେ ନବ-ନିର୍ବାଚିତ ସରପଞ୍ଚଙ୍କ ସମେତ ପରିବାରର ୪ ଜଣଙ୍କୁ ଆକ୍ରମଣ ହୋଇଛି…