ଅପରାଧ ଗୋ ହତ୍ୟା ଅଭିଯୋଗରେ ୩ ଗିରଫ Angul OnlineSeptember 6, 2022September 6, 2022 ଅନୁଗୁଳ – ଅନୁଗୁଳ ଜିଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ମଙ୍ଗଳବାର ଗୋ ହତ୍ୟା ଅଭିଯୋଗରେ ପରଙ୍ଗ ଗ୍ରାମରୁ ୩ ଜଣ ଯୁବକକୁ ଗିରଫ କରି କୋର୍ଟ ଚାଲଣ କରିଛନ୍ତି । ଘଟଣାରୁ ପ୍ରକାଶ ପରଙ୍ଗ ଗ୍ରାମର ଅବିନାଶ ନାଏକଙ୍କର ଗୁହାଳରୁ ଏକ ଗୋରୁ ସୋମବାର ରାତିରେ ଚୋରୀ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ପରଙ୍ଗ ଗ୍ରାମର କିଷନ ଗୋଛାୟତ ,ଶରତ ଗୋଛାୟତ ଓ ରିମା ଗୋଛାୟତ ଏକ କଡେଇରେ କିଛି ମାଂସ ରାନ୍ଧୁଥିବା ବେଳେ କିଛି ଅନ୍ତନଳି , ପାକସ୍ଥଳୀ ଆଦି ଏକ ପାତ୍ରରେ ରଖିଥିବା ଦେଖିଥିଲେ । ଏହା ଦେଖି ଗ୍ରାମରକ୍ଷି ଓ ଗ୍ରାମ ସଭାପତିଙ୍କୁ ସେହି ସ୍ଥାନକୁ ଡାକି ନେଇ ଆସିଥିଲେ । ସେମାନେ ପଚାରିବାରୁ ଚୋରୀ କରି ଆଣି ଗ୍ରାମ ନିକଟସ୍ଥ ନାଳ ନିକଟରେ ଗୋରୁକୁ ହତ୍ୟାକରି କିଛି ମାଂସ ନାଳରେ ଭସାଇ ଦେବା ସହିତ କିଛି ମାଂସ ଆଣି ରୋଷେଇ କରିଥିବା ପ୍ରକାଶ କରିଥିଲେ । ଏ ନେଇ ଅବିନାଶ ନାଏକ ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିବା ସହିତ ପରଙ୍ଗ ଗ୍ରାମରେ ଚଢାଉ କରି କିଷାନ ,ରିମା ଓ ଶରତକୁ ଗିରଫ କରି କୋର୍ଟ ଚାଲଣ କରିଛି । Advertisement
ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡି ମାରିଦେଲେ – ଷ୍ଟେସନ ଯିବା ବାଟରୁ କରିଥିଲେ ଅପହରଣ ! ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଷ୍ଟେସନରୁ ଯୁବତୀ ନିଖୋଜ ଘଟଣା । ଘଟଣାରେ ଏବେ ନୂଆଁ ମୋଡ ଆସିଚ୍ଚି । ବଅଁରପାଳ ଥାନା ଭୋଗବେରେନି ପଞ୍ଚାୟତ…
ଦିନ ଦ୍ଵିପହରରେ ଘରେ ପଶି କଳାକନା ବୁଲାଇଲେ ଚୋର ଅନୁଗୁଳ – ଅନୁଗୁଳ ସହରରେ ପ୍ରତ୍ୟେକ ଦିନ ଲୁଟେରାଙ୍କ ଉତ୍ପାତ କେଉଁଠି ନା କେଉଁଠି ଦେଖିବାକୁ ମିଳୁଛି । ଆଜି(ଶନିବାର) ଅନୁଗୁଳ ଉପକଣ୍ଠ ଗୀତାଗ୍ରାମରେ ଘରେ କେହି…
ହତ୍ୟା ଅଭିଯୁକ୍ତ ବାପ-ପୁଅଙ୍କୁ ଆଜୀବନ କାରାଦଣ୍ଡ ଅନୁଗୋଳ – ଅନୁଗୋଳ ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ମଙ୍ଗଳବାର ହତ୍ୟା ଅଭିଯୁକ୍ତ ବାପା ଓ ପୁଅଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନା…