ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ

ପୂଜା ଚାନ୍ଦା ମାଗି ବନ୍ଧା ହେଲେ ୩ ଯୁବକ

ଅନୁଗୁଳ – ଅନୁଗୁଳ ଥାନା ଅନ୍ତର୍ଗତ କୁରୁଡୁଲୁ ଅଞ୍ଚଳରେ ଚାନ୍ଦା ମାଗୁଥିବା ବେଳେ ପୁଲିସ ୩ ଜଣଙ୍କୁ ଗିରଫ କରିଛି । ଆଦାୟ କରିଥିବା ଟଙ୍କାକୁ ଜବତ କରି ୩ ଜଣଙ୍କୁ କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଯୁବକମାନେ ହେଲେ କୁରୁଡୁଲୁ ନୂଆପଡ଼ା ଅଂଚଳର ରଞ୍ଜିତ ପ୍ରଧାନ, ଗିରିଶ ଚନ୍ଦ୍ର ନାୟକ ଓ ଅଜୟ ଦେହୁରୀ ବୋଲି ଜଣା ପଡିଛି । ସୂଚନା ଅନୁସାରେ ମଙ୍ଗଳବାର ରାତିରେ ଅନୁଗୁଳ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ କିଛି ଯୁବକ କୁରୁଡୁଲୁ ଠାରେ ରାସ୍ତାରେ ଗାଡ଼ି ଅଟକାଇ ଗଣେଶ ପୂଜା ପାଇଁ ପିତଳ ଥାଳି ଧରି ଚାନ୍ଦା ମାଗୁଥିବା ସୂଚନା ପାଇଥିଲା । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚଢ଼ାଉ କରି ପିତଳ ଥାଳି ସହ ଚାନ୍ଦା ଟଙ୍କା ଜବତ କରିଥିଲା । ଆଜି ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

 

What’s your Reaction?
+1
1
+1
0
+1
0
+1
0
+1
2
+1
1
+1
0

Leave a Reply