ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଚଢାଉ କରି ୪ ଡକାୟତଙ୍କୁ ଗିରଫ କରିବାକୁ ସଫଳ ହୋଇଥିବା ବେଳେ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଜବତ କରା ଯାଇଛି । ସୂଚନା ଅନୁସାର ବଅଁରପାଳ ପୁଲିସ ବିଳମ୍ବିତ ରାତିରେ ବ୍ଲକିଙ୍ଗ କରି ଗାଡି ମୋଟର ଯାଞ୍ଚ କରୁଥିବା ବେଳେ ନାଲକୋ ରେଲୱେ କ୍ରସିଂ ନିକଟରେ କିଛି ଅସମାଜିକ ଯୁବକ ବସି କିଛି ଯୋଜନା କରୁଥିବା ପୁଲିସ ସୂଚନା ପାଇଥିଲା । ଖବର ପାଇ ବଅଁରପାଳ ଥାନା ଏସ ଆଇ ଅମିତ ମିଶ୍ରଙ୍କ ନେତୃତ୍ବରେ ଘଟନା ସ୍ଥଳରେ ପୁଲିସ ଚଢାଉ କରିଥିଲା । ଚଢାଉ ବେଳେ ସେଠାରେ ଥିବା ୪ ଜଣ ଯୁବକଙ୍କୁ କାବୁ କରା ଯାଇଥିବା ବେଳେ ସେମାନଙ୍କ ନିକଟରୁ ଦୁଇଟି ତେଲଙ୍ଗା କଟୁରି , ଗୋଟିଏ ଫାର୍ସା ଏବଂ ବାଉଁଶ ଠେଙ୍ଗା ଜବତ ହୋଇଥିଲା । ପଚରାଉଚରା ବେଳେ ସେମାନେ ଡକାୟତି ଯୋଜନା କରୁଥିବା କଥା ପୁଲିସ ଆଗରେ ସ୍ଵୀକାର କରିଥିଲେ । ଏଥିପାଇଁ ପୁଲିସ ୪ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । ଗିରଫ ଅଭିଯୁକ୍ତ ମାନେ ଟେଣ୍ଟୁଲୋଇ ଗାଁର ଟୁଟୁ@ସୁବ୍ରତ ନାଏକ , ପ୍ରୀତମ ନାଏକ , ଭିକି @ସୁବ୍ରତ ନାଏକ ଏବଂ ଶିବାନନ୍ଦ ନାଏକ ।
ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତ ଗିରଫ
