ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ – ୪ ଡକାୟତ ଗିରଫ

ଡକାୟତି ଉଦ୍ୟମ ବେଳେ ମାଡି ବସିଲା ପୁଲିସ – ୪ ଡକାୟତ ଗିରଫ

ଅନୁଗୁଳ – ଅନୁଗୁଳ ସହରରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ଖବର ପାଇ ଅନୁଗୁଳ ପୁଲିସ ଚଢାଉ କରି ୪ ଜଣ ଡକାୟତଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ ସେମାନଙ୍କ ନିକଟରୁ ମାରଣାସ୍ତ୍ର ଓ ମୋଟରସାଇକେଲ ଜବତ କରିବାକୁ ସକ୍ଷମ ହୋଇଛି । ଗିରଫ ଅଭିଯୁକ୍ତ ମାନେ ହେଲେ ଖମଣା ଗାଁର ଗୋବର୍ଦ୍ଧନ ନାଏକ , ଜଗନ୍ନାଥପୁରା ଗାଁର ସମ୍ବିତ ନାୟକ , ଭାଲୁଗାଡିଆ ଗାଁର ସଂଗ୍ରାମ ନାଏକ ଓ ରାଜକିଶୋରପଡାର କହାଲୁ ନାଏକ । ସୂଚନା ଅନୁସାରେ ଅନୁଗୁଳ ଶୁଶୁଡା ମଳତିବିହାର ଅଞ୍ଚଳରେ କିଛି ଡକାୟତ ଏକାଠି ହୋଇ ଡକାୟତି ଯୋଜନା କରୁଥିବା ପୁଲିସକୁ ଖବର ମିଳିଥିଲା । ଖବର ପାଇ ଅନୁଗୁଳ ପୁଲିସ ସଦଳବଳେ ଘଟଣା ସ୍ଥଳରେ ଚଢାଉ କରିଥିଲେ । ତେବେ ପୁଲିସକୁ ଦେଖି ସେଠାରେ ଥିବା ଡକାୟତମାନେ ଫେରାର ହେବା ପାଇଁ ଚେଷ୍ଟା କରିଥିଲେ । ପୁଲିସ ସେମାନଙ୍କ ପିଛା କରି ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଧରିବାକୁ ସକ୍ଷମ ହୋଇଥିବା ବେଳେ ୨ ଜଣ ଫେରାର ହୋଇ ଯାଇଥିଲେ । ପୁଲିସ ୪ ଅଟକଙ୍କୁ ପଚରାଉଚୁରା କରିବା ବେଳେ ସେମାନେ ଏକ ପେଟ୍ରୋଲ ପମ୍ପରେ ଡକାୟତି କରିବାକୁ ଯୋଜନା କରୁଥିବା ସ୍ଵୀକାର କରିଥିଲେ । ସେମାନଙ୍କ ନିକଟରୁ ଏକ ଟିଭିଏସ ଆପାଚି ମୋଟରସାଇକେଲ , ଏକ ଖଣ୍ଡା , ଏକ ଛୁରି ଓ ମୋବାଇଲ ଫୋନ ଜବତ କରିଥିଲା । ତେବେ ଏହି ଡକାୟତ ମାନେ ଡକାୟତି ପୂର୍ବରୁ ସେଠାରେ ପୂଜାପାଠ କରିଥିବା ମଧ୍ୟ ସୂଚନା ମିଳିଛି ।

 

 

What’s your Reaction?
+1
0
+1
2
+1
1
+1
0
+1
3
+1
1
+1
0

Leave a Reply