ଆଞ୍ଚଳିକ ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି Angul OnlineNovember 17, 2021November 17, 2021 ତାଳଚେର – ଗଣତନ୍ତ୍ରକୁ ବିପତ୍ତି ପଡ଼ିଥିବା ବେଳେ ଗଣମାଧ୍ୟମ ହିଁ ଏହାକୁ ସଜାଡ଼ିବାରେ ଭୂମିକା ନେଇଛି । ଏବେ ବି ଗଣତନ୍ତ୍ର ଉପରେ ବାରମ୍ବାର ବିପଦ ଆସିବା ସହ ଅର୍ଥନୀତି କ୍ଷେତ୍ରରେ ମାନ୍ଦାବସ୍ଥା ଦେଖାଦେଇଛି । ଏହି ସନ୍ଧିକ୍ଷଣରେ ଗଣମାଧ୍ୟମ ଜାଗ୍ରତ ପ୍ରହରୀ ସାଜି ଗଣତନ୍ତ୍ରକୁ ପରିପୁଷ୍ଟ କରିବାରେ ଭୂମିକା ନେଇପାରିବ । ‘ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନର ପକ୍ଷରୁ ତାଳଚେର ସଭାଘର ଠାରେ ଅନୁଷ୍ଠିତ ଜାତୀୟ ପ୍ରେସ୍ ଦିବସରେ ଅତିଥିମାନେ ଏପରି ବକ୍ତବ୍ୟ ରଖିଛନ୍ତି । ତାଳଚେର ୱାର୍କିଂ ଜର୍ଣ୍ଣାଲିଷ୍ଟ ଆସୋଏସନର ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏ.ଡି.ଏମ ରଜନୀକାନ୍ତ ସ୍ୱାଇଁ , ମୁଖ୍ୟ ବକ୍ତା ଭାବେ ଓଡିଶା ରିପୋର୍ଟର ସମ୍ପାଦକ ଦେବେନ୍ଦ୍ର ପୃଷ୍ଟି , ସଂମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ସତ୍ୟନାରାୟଣ ମହାପାତ୍ର ଅଂଶଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳ ତଥା ରାଜ୍ୟର ବଛା ବଛା ସାମ୍ବାଦିକତାରେ , ସମାଜ ସେବା, ଖେଳକୁଦ, ସାହିତ୍ୟ ରଚନା ତଥା ଅନ୍ୟାନ କାର୍ଯ୍ୟରେ କୃତି ହାସଲ କରିଥିବା ବ୍ୟକ୍ତିତ୍ଵ ମାନଙ୍କୁ ଫୋର୍ଥ ପିଲାର ଆୱାଡ଼ ପ୍ରଦାନ କରି ସଂମାନିତ କରାଯାଇଥିଲା । ଏହି ଅବସରରେ ଓଟିଭିର ପଶ୍ଚିମ ଓଡିଶା ବ୍ୟୁରୋ ହେଡ ମନୋରଞ୍ଜନ ଯୋଶୀ ଅର୍ଗସ ଟିଭି ଚ୍ୟାନେଲର ନିୟୁଜ୍ ଆଙ୍କର ଅପୂର୍ବ ପଣ୍ଡା , ଅନଗୁଳ ଜିଲ୍ଲା ସମ୍ବାଦ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ପତିତପାବନ ସାହୁ , ଓଟିଭିର ନୀର୍ଭୀକ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା , ଅନଗୁଳ ଧରୀତ୍ରି ଖବର କାଗଜର ଫଟୋଗ୍ରାଫର ଜ୍ୟୋତି ରଞ୍ଜନ ସାହୁଙ୍କୁ ଫୋର୍ଥ ପିଲାର ଆୱାର୍ଡ ପ୍ରଦାନ କରି ସଂମାନିତ କରାଯାଇଥିଲା । ଜାତୀୟ ପ୍ରେସ ଦିବସ ଅବସରରେ ଏକ ରକ୍ତଦାନ କାର୍ଯ୍ୟକ୍ରମ ଓ ଗରିବ ପିଲାଙ୍କୁ ପାଠ ପଢା ଉପକରଣ ପ୍ରଦାନ କରା ଯାଇଥିଲା । ଗଣତନ୍ତ୍ରର ୪ଟି ସ୍ତମ୍ଭ ମଧ୍ୟରୁ ଯଦି ଗୋଟିଏ ବି ସ୍ତମ୍ଭ ଦୁର୍ବଳ ହୁଏ, ତେବେ ଗଣତନ୍ତ୍ର ଦୁର୍ବଳ ହୋଇଯିବ। ତେବେ ସାମ୍ବାଦିକମାନେ କର୍ମ କ୍ଷେତ୍ରରେ ଥିବା ସମୟରେ ନିରାପତ୍ତା ଏକ ଆହ୍ବାନ ପାଲଟିଛି । ଏଥିପାଇଁ ସାମ୍ବାଦିକ ମାନଙ୍କୁ ଏକାଠି ହୋଇ ମିଳିତ ସ୍ବର ଉଠାଇବାକୁ ପଡ଼ିବ ବୋଲ ମୁଖ୍ୟ ଅତିଥି ବକ୍ତ୍ୟବ ମାଧ୍ୟମରେ ପ୍ରକାଶ କରିଥିଲେ । ପ୍ରତିକୂଳ ବ୍ୟବସ୍ଥା ସତ୍ତ୍ବେ ସାମ୍ବାଦିକ ମାନେ ଜନସ୍ୱାର୍ଥ ପାଇଁ ଲଢ଼େଇ କରୁଛନ୍ତି । ଗଣତନ୍ତ୍ରରେ ସାମ୍ବାଦିକମାନଙ୍କ ମହତ୍ୱପୂର୍ଣ୍ଣ ଭୂମିକା ରହିଛି । ସାମ୍ବାଦିକମାନେ ନ ଥିଲେ ସମ୍ଭବତଃ ସମାଜରେ ଅରାଜକତା ବୃଦ୍ଧି ପାଉଥାନ୍ତା ବୋଲି ମୁଖ୍ୟ ବକ୍ତା ବକ୍ତଵ୍ୟ ରଖିଥିଲେ । Advertisement
ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ଅନୁଗୋଳ – ଅନୁଗୋଳ ବ୍ଲକ ଜଗନ୍ନାଥପୁର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ତଥା ଉପକେନ୍ଦ୍ର ତରଫରୁ ସ୍ଥାନୀୟ ନିଳକଣ୍ଠେଶ୍ୱର ଉଚ୍ଚ ବିଦ୍ୟାଳୟରେ ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ…
ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…