ଗୁଳିକାଣ୍ଡ ଘଟଣାରେ ୫ ଗିରଫ – ହତ୍ୟା ପାଇଁ ଦିଆ ଯାଇଥିଲା ସୁପାରୀ

ଅନୁଗୁଳ ଏସ୍‌ପି ରାହୁଲ ଜୈନ ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବନ୍ତଳା ଥାନା ଧୋକୁଟା ବନଦୁର୍ଗା ମନ୍ଦିର ନିକଟରେ ଗତ ୧୭ ତାରିଖ ରାତି ପ୍ରାୟ ୮ ଟା ବେଳକୁ ବନ୍ତଳା ଥାନା କହ୍ନେଇନଗରର ବିଷ୍ଣୁଚରଣ ନାଏକ ଓ ଶିବରାମ ନାଏକଙ୍କୁ ଗୁଳିମାଡ଼ ହୋଇଥିଲା । ଏଥିରେ ଉଭୟଙ୍କ ଦେହରେ ଗୁଳି ବାଜିଥିଲା । ସେମାନେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏହି ଗୁଳିକାଣ୍ଡ ଘଟଣାରେ ବନ୍ତଳା ଥାନା ତଳଗଡ଼ର ନୂଆଭୂଇଁସାହିର ପଦ୍ମଲୋଚନ ଦେହୁରୀ , ଓମ୍‌ ପ୍ରକାଶ ସିଂହ, ତାଳସାହିର ବିଶ୍ବଜିତ ବେହେରା , ଚକାସାହିର ଜଣେ ନାବାଳକ ଓ ଅନୁଗୁଳ ସଦର ଥାନା ଛେଳିଆପଡ଼ାର ସୁମନ୍ତ ସାହୁଙ୍କୁ ଗିରଫ କରାଯାଇଛି । ଘଟଣାର ମୁଖ୍ୟ କାର୍ପଟଦାର କହ୍ନେଇନଗରର ରାଜ କିଶୋର ନାଏକ ପୂର୍ବରୁ ଅନ୍ୟ ଏକ ମାମଲାରେ ଜେଲ୍‌ରେ ଥିବା ବେଳେ , ଜେଲ ଯିବା ପୂର୍ବରୁ ସେ ହତ୍ୟା କରିବାକୁ ସୁପାରୀ ଦେଇଥିଲା । ପୂର୍ବ ଶତ୍ରୁତାରୁ ଏହି ଗୁଳିକାଣ୍ଡ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସେମାନଙ୍କ ପାଖରୁ ୨ଟି ଦେଶୀ ପିସ୍ତଲ, ୧୩ଟି ଜୀବନ୍ତ ଗୁଳି, ଗୋଟିଏ ଭୁଜାଲି, ୪ଟି ବାଇକ୍‌, ୫ଟି ମୋବାଇଲ ଫୋନ୍‌, ଗୋଟିଏ ଅଟୋରିକ୍ସା, ନଗଦ ୧୨୨୦ ଟଙ୍କା ଓ ଗୋଟିଏ ଏଟିଏମ୍‌ କାର୍ଡ ଜବତ କରାଯାଇଛି । ଏହି ଘଟଣାରେ ଆଉ କିଏ କିଏ ସଂପୃକ୍ତ ଅଛନ୍ତି ତା’ର ତଦନ୍ତ ଚାଲିଥିବା ଏସ୍‌ପି ରାହୁଲ ଜୈନ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *