ହାତ ବୋମା ସହ ୫ ଡକାୟତ ଗିରଫ – ଲୁଟ ପାଇଁ କରୁଥିଲେ ଯୋଜନା

ଅନୁଗୁଳ – ଡକାୟତି ପାଇଁ ଯୋଜନା କରୁଥିବା ବେଳେ ୫ ଡକାୟତଙ୍କୁ ଗିରଫ କଲା ଅନୁଗୁଳ ପୁଲିସ । ସେମାନଙ୍କ ନିକଟରୁ ହାତ ତିଆରି ବୋମା ସହିତ ବିଭିନ୍ନ ମାରଣାସ୍ତ୍ର ଜବତ କରାଯାଇଛି । ସୂଚନା ଅନୁସାରେ ବିଳମ୍ବିତ ରାତିରେ ପୁଲିସ ପେଟ୍ରୋଲିଂ କରୁଥିବା ବେଳେ ହାଟ ପଡ଼ିଆରେ ଏକ ଡକାୟତ ଗ୍ୟାଙ୍ଗ କିଛି ଯୋଜନା କରୁଥିବା ଖବର ପାଇଥିଲା ପୁଲିସ । ଖବର ପାଇ ସଦଲବଳ ଘେରାଉ କରି ପୁଲିସ ୫ ଡକାୟତଙ୍କୁ କାବୁ କରିବାରେ ସଫଳ ହୋଇଥିଲା । ଜାଞ୍ଚ ବେଳେ ସେମାନଙ୍କ ନିକଟରୁ ୫ ଟି ହାତ ତିଆରି ବୋମା , କଟୁରି ସମେତ ଲୁହା ରଡ଼ ଓ ଛୁରୀ ଜବତ କରା ଯାଇଥିଲା । ପଚରାଉଚରା ବେଳେ ସେମାନେ ରାତିରେ ଯାଉଥିବା ରଡ଼ ବୋଝେଇ ଟ୍ରକ ଲୁଟ କରିବାକୁ ଯୋଜନା କରୁଥିବା ଜଣା ପଡ଼ିଛି । ଗିରଫ ଅଭିଯୁକ୍ତ ନୂଆଁହତା ଗାଁର ରିପୁନ ବେହେରା , ବବୁଲୁ ବେହେରା , ଦେବଗଡ଼ ଜିଲ୍ଲା କଣ୍ଢାଳ ଗାଁର ଅଭୟ କୁମାର ସାହୁ , ଢେଙ୍କାନାଳ ଜିଲ୍ଲା ଝାରବନ୍ଧ ଗାଁର ଚନ୍ଦନ ସାହୁ ଓ ଗଂଜାମ ଜିଲ୍ଲା ରମ୍ଭା ଅଂଚଳର ବଳରାମ ବେହେରାକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ଏକ ବୋଲେରୋ ଗାଡି , ଦାମୀ ମୋବାଇଲ ଓ ଟଙ୍କା ମଧ୍ୟ ଜବତ କରା ଯାଇଛି ।

What’s your Reaction?
+1
0
+1
1
+1
0
+1
2
+1
4
+1
0
+1
3

Share:

Share on facebook
Share on twitter
Share on whatsapp
Share on telegram

Sponsored