ଭଲ ଖବର ଜିଲ୍ଲାର ପର୍ଯ୍ଯଟନ କ୍ଷେତ୍ର ପାଇଁ ୫ କୋଟି ଟଙ୍କାର ଅନୁଦାନ Angul OnlineAugust 12, 2023August 12, 2023 ଅନୁଗୁଳ – ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାର ଧର୍ମାନୁଷ୍ଠାନ ଓ ପର୍ଯ୍ୟଟନ କ୍ଷେତ୍ର ବିକଶିତ ହେବ । ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ୍ଙ୍କ ଗସ୍ତ ପରେ ଏଥି ପାଇଁ ପ୍ରଚୁର ଅନୁଦାନ ମିଳିଛି । ପ୍ରଥମେ ଜିଲ୍ଲାର ଛୋଟ ଛୋଟ ମନ୍ଦିର, ମସଜିଦ୍, ଚର୍ଚ୍ଚ ପାଇଁ ସରକାର ୨୨ କୋଟି ୪୪ ଲକ୍ଷ ଦେଇଥିଲେ। ଏବେ ଦ୍ଵିତୀୟ ପର୍ଯ୍ୟାୟରେ ଜିଲ୍ଲାର ୯ଟି ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ର ପାଇଁ ଆଉ ୫ କୋଟି ଟଙ୍କାର ଅନୁଦାନ ପ୍ରଦାନ କରିଛନ୍ତି । ନିକଟରେ ପର୍ଯ୍ୟଟନ ବିଭାଗର ୩ଟି ସ୍ଵତନ୍ତ୍ର ଟିମ୍ ଅନୁଗୁଳ ଗସ୍ତରେ ଆସି ଏହି ସବୁ କ୍ଷେତ୍ରର ସ୍ଥିତି ଅନୁଧ୍ୟାନ କରିଥିଲେ । ପର୍ଯ୍ୟଟନ ବିକାଶର ସମ୍ଭାବନାକୁ ଦେଖିବା ପରେ ପର୍ଯ୍ୟଟନ ବିଭାଗ ଏହି ଅନୁଦାନ ପ୍ରଦାନ କରିଛି । ପାଲଲହଡ଼ା ବ୍ଲକ୍ ଖୁଲୁଡି ଶୈବ ପୀଠର ଉନ୍ନତିକରଣ ପାଇଁ ସର୍ବାଧିକ ୮୪.୩୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ଅର୍ଥରେ ଖୁଲୁଡ଼ି ସ୍ଥିତ ଗିରୀଶ୍ଵର ମହାଦେବ ନୃସିଂହ ଜୀଉ ମନ୍ଦିର ଓ ପର୍ଯ୍ୟଟନକ୍ଷେତ୍ରର ରୂପରେଖ ବଦଳିବ। ସେହିପରି ପାଲଲହଡ଼ାର ଦ୍ଵିତୀୟ ଚିଲିକା ପାଇଁ ୭୩.୮୭ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିବା ବେଳେ ଆଠମଲ୍ଲିକର ବିନିକେଇ ମନ୍ଦିର ପାଇଁ ୫୬.୬୩ ଲକ୍ଷ, ମା’ ମାହେଶ୍ୱରୀ ମନ୍ଦିର ପାଇଁ ୩୭.୨୦ ଲକ୍ଷ, କୋଶଳାର ମା’ ରାମଚଣ୍ଡୀ ପୀଠ ପାଇଁ ୫୬.୪୦ ଲକ୍ଷ, ପାତ୍ରପଡ଼ାର ପ୍ରସିଦ୍ଧ ମା’ ବାୟାଣୀ ପୀଠ ପାଇଁ ୭୬.୯୨ ଲକ୍ଷ, ଶୈଳଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଓ ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ପାଇଁ ୨୨.୮୦ ଲକ୍ଷ, ମନ୍ଦରଗିରି ପାହାଡ଼ ଓ ପର୍ଯ୍ୟଟନ କମ୍ପ୍ଲେକ୍ସ ପାଇଁ ୫୫.୨୦ ଲକ୍ଷ ଓ ପୁରୁଣାଗଡ଼ର ଜଗନ୍ନାଥ ମନ୍ଦିର ଓ ମଦନମୋହନ ମନ୍ଦିର ପାଇଁ ୩୧.୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଏହି ଅନୁଦାନରେ ମନ୍ଦିର ଓ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସାଙ୍ଗକୁ ପର୍ଯ୍ୟଟକମାନଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ସୁଯୋଗର ବ୍ୟବସ୍ଥା କରାଯିବ । Advertisement
ସହିଦ ଦେବାଶିଷଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅଙ୍ଗପଡାଠାରେ ସହିଦ ଦେବାଶିଷ ସେଠୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇ ଯାଇଛି । ଏ ଅବସରରେ ସ୍ଥାନୀୟ ବିଧାୟକ ରମେଶ…
ଛ ହଜାର ମିଟର ଉପରେ ଜଗନ୍ନାଥ ଓ ବୁଢୀ ମା’ଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରଶିଳ୍ପୀ ଅନୁଗୁଳ – ପ୍ରଥମ ଓଡିଆ ଭାବେ ହିମାଚଳ ପ୍ରଦେଶର ଯମୁନା ପର୍ବତ ଉପରେ ଶ୍ରୀ ଜଗନ୍ନାଥ ଓ ବୁଢୀ ଠାକୁରାଣୀଙ୍କ ଚିତ୍ର ଆଙ୍କିଲେ ଅନୁଗୁଳର ଚିତ୍ରକର ରଜତ…
ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୋଡ଼ି ହେବ ଇଣ୍ଟିଗ୍ରେଟେଡ୍ ଲ” ପାଠ୍ୟକ୍ରମ ଅନୁଗୋଳ – ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ପାଇଁ ଖୁସି ଖବର । ପ୍ରଥମଥର ପାଇଁ କଲେଜ ଶିକ୍ଷା ବ୍ୟବସ୍ଥାରେ ‘ଆଇନ୍’ ପାଠ୍ୟକ୍ରମ ଯୋଡ଼ି ହେବାକୁ ଯାଉଛି…