ଅପରାଧ ସାଇବର ଠକ ଲୁଟିନେଲେ ୫ ଲକ୍ଷ ଟଙ୍କା Angul OnlineAugust 1, 2024August 1, 2024 ଅନୁଗୁଳ – ସାଇବର ଠକେଇର ଶିକାର ହୋଇଛନ୍ତି ତ୍ରିମୂର୍ତ୍ତୀ ଅଫସେଟ ପ୍ରେସର ମାଲିକ ଚଣ୍ଡିକା ପ୍ରସାଦ ନନ୍ଦ । ଲିଙ୍କ ପଠାଇ ସାଇବର ଠକ ଲୁଟିନେଲେ ୫ ଲକ୍ଷ ୨୭ହଜାର ୩୯୭ଟଙ୍କା । ସୂଚନା ଅନୁସାରେ ଚଣ୍ଡିକା ପ୍ରସାଦଙ୍କ ୟୁନିଅନ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୫ଲକ୍ଷ ୨୭ହଜାର ଟଙ୍କା ଜମା ଥିବା ବେଳେ ଆଜି ସକାଳ ପ୍ରାୟ ୯-୩୫ ମିନିଟ ସମୟରେ ଜାଣିବାକୁ ପାଇଥିଲେ ଯେ ଏକାଧିକ ଥର ତାଙ୍କ ଆକାଉଣ୍ଟରୁ ୫ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଆକାଉଣ୍ଟରୁ କଟିଛି । କୌଣସି ଅଜଣା ଫୋନକଲ ମାଧ୍ୟମରେ ତଥ୍ୟ ଦେଇନଥିବା କିମ୍ବା OTP ସେୟାର କରିନଥିବା ଚଣ୍ଡିକା କହିଥିବା ବେଳେ ହ୍ୟାକକରି ହ୍ୟାକର ଟଙ୍କା ଲୁଟିନେଇଥିବା ସନ୍ଦେହ କରିଛନ୍ତି । ସେ ସାଇବର ଠକେଇର ଶିକାର ହୋଇଥିବା ଜାଣିବା ପରେ ତୁରନ୍ତ ଅନୁଗୁଳ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ ଜାରି ରଖିଥିବାବେଳେ ଲୋକମାନେ ସଚେତନ ହେଲେ ସାଇବର ଠକେଇକୁ ରୋକା ଯାଇପାରିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । Advertisement
୩ ବର୍ଷ ପରେ ହତ୍ୟାକାଣ୍ଡର ପର୍ଦାଫାସ – ୩ ଗିରଫ ଛେଣ୍ଡିପଦା – ବିଳମ୍ବ ହେଲେ ମଧ୍ୟ ଦୀର୍ଘ ୩ ବର୍ଷ ପରେ ଜରପଡା ପୁଲିସକୁ ଏକ ହତ୍ୟାକାଣ୍ଡ ପର୍ଦାଫାସ କରିବା ସହ ଅଭିଯୁକ୍ତ ମାଙ୍କୁ ଧରିବାର ସଫଳତା…
ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି ।…
ତଣ୍ଟି ଚିପି ପିଇସିକୁ ହତ୍ୟା କଲା ପୁତୁରା , ହତ୍ୟା ପରେ କଲା ଆତ୍ମସମର୍ପଣ ପାଲଲହଡା – ଶୁକ୍ରବାର ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡର ଉପାନ୍ତ ଅଞ୍ଚଳ ନଗିରା ପଞ୍ଚାୟତ ତନଗୁଳା ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଜ…