ମୁଖ୍ୟ ଖବର ଅଙ୍ଗନୱାଡି କେନ୍ଦ୍ର ଛାତରୁ ପ୍ଲାଷ୍ଟର ଖସି ୫ ଜଣ ଛାତ୍ରଛାତ୍ରୀ ଓ ଦିଦି ଆହତ Angul OnlineJuly 5, 2023July 5, 2023 ଆଠମଲ୍ଲିକ – ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ପେଡିପଥର ପଞ୍ଚାୟତ ଝିଲ୍ଲିମୁଣ୍ଡା ଅଙ୍ଗନୱାଡି କେନ୍ଦ୍ରରେ ଏକ ଅଘଟଣ ଘଟି ଯାଇଛି । ଅଙ୍ଗନୱାଡି କେନ୍ଦ୍ରରେ ପିଲାମାନେ ଖାଉଥିବା ବେଳେ ଛାତରୁ ପ୍ଲାଷ୍ଟର ଖସିଛି । ଛାତରୁ ପ୍ଲାଷ୍ଟର ଖସିବା ଫଳରେ ୫ ଜଣ ଛାତ୍ରଛାତ୍ରୀ ଆହତ ହେବା ସହିତ ଅଙ୍ଗନୱାଡି କେନ୍ଦ୍ରର ଜଣେ ଦିଦି ମଧ୍ୟ ଆହତ ହୋଇଛନ୍ତି । ଆହତ ହେବା ପରେ ସମସ୍ତ ଆହତଙ୍କୁ ଠାକୁରଗଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ମୁତାବକ, ଏହି ଘଟଣା ଘଟିବା ସମୟରେ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ୩୦ ଜଣ ପିଲା ଉପସ୍ଥିତ ଥିଲେ । Advertisement
ପ୍ରଥମ ଜିଲ୍ଲାପାଳଙ୍କ ଦେହାନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ପ୍ରଥମ ଜିଲ୍ଲାପାଳ ତଥା ଅବସରପ୍ରାପ୍ତ ଆଇଏସ୍ ଅଧିକାରୀ ଦ୍ବିଜବର କାନୁନଗୋଙ୍କର ପରଲୋକ ଘଟିଛି । ସ୍ଵର୍ଗତ କାନୁନ୍ଗୋ କିଛିଦିନ ତଳେ କରୋନାରେ…
ମୋବାଇଲରୁ ଡାଉନଲୋଡ କରିପାରିବେ କୋଭିଡ ରିପୋର୍ଟ – ଭିଡିଓ ଦେଖନ୍ତୁ କିଭଳି କରିବେ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଥିବା ବେଳେ କରୋନା ଟେଷ୍ଟ ରିପୋର୍ଟ ପାଇବାକୁ ଲୋକ ହଇରାଣ ହେବାକୁ ପଡୁଥିଲା । ତେବେ…
ଚିନ୍ତା ବଢ଼ାଉଛି ଡେଙ୍ଗୁ – ଜିଲ୍ଲାରେ ପାଞ୍ଚ ରୋଗୀ ଚିହ୍ନଟ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଯାହା ଏବେ ସ୍ୱାସ୍ଥ୍ୟ ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।…