୫ବର୍ଷ ଶିଶୁ କନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା !

ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି। ଜଣେ ୫ବର୍ଷ ଶିଶୁ କନ୍ୟାଙ୍କ ମୃତଦେହ ପୁଲିସ ଶନିବାର ଉଦ୍ଧାର କରିଥିବା ବେଳେ ଶିଶୁ କନ୍ୟାଙ୍କୁ କେହି ଦୁର୍ବୃତ୍ତ ବଳାତ୍କାର ପରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହି ଶିଶୁ କନ୍ୟାଟି ହଜି ଯାଇଥିବା ନେଇ ଶୁକ୍ରବାର ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ଏକ ମାମଲା(ନଂ.୭୪/୨୪) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ହେଲେ ଶନିବାର ଘରଠାରୁ ୧୦୦ମିଟର ଦୂର ଏକ ଏକ ମହୁଲ ଗଛ ମୂଳରୁ ଶିଶୁର ରକ୍ତ ଜୁଡୁବୁଡୁ ମୃତଦେହ ପଡିଥିବା ଦେଖିବାକୁ ମିଳିଥିଲା । ଖବର ପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ଛାନଭିନ୍‌ ଚଳାଇଛି l

ସୂଚନା ଅନୁସାରେ ଗୁରୁବାର ମଧ୍ୟାହ୍ନରେ କଙ୍କରେଇ ପିଢଖମଣ ଗାଁର ୫ବର୍ଷର ଶିଶୁ କନ୍ୟା କେଉଁଆଡେ ନିଖୋଜ ହୋଇଯାଇଥିଲେ l ଏନେଇ ପରିବା ଲୋକ ବହୁ ଖୋଜାଖୋଜି ପରେ ଝିଅର କୌଣସି ସନ୍ଧାନ ନ ମିଳିବାରୁ ଶୁକ୍ରବାର ନିଶା ଶିଳ୍ପାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ l ଏନେଇ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଥିଲା । ଶନିବାର ଘର ଠାରୁ ୧୦୦ମିଟର ଦୂରରେ ଥିବା ମହୁଲ ଗଛ ମୂଳରେ ଶିଶୁକନ୍ୟାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ତେବେ ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରି ସଠିକ୍‌ ତଦନ୍ତ ଦାବି କରିଛନ୍ତି ।

ଖବର ପାଇ ପୁଲିସ ଶିଶୁକନ୍ୟାଙ୍କ ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ୍‌ ସହାୟତାରେ ତଦନ୍ତ କରୁଛି । ଅନ୍ୟପକ୍ଷେ ଗ୍ରାମର ଜଣେ ବ୍ୟକ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଅଟକ ଯୁବକଙ୍କ ଘରେ ରକ୍ତ ଛିଟା ପଡ଼ିଥିବା ବେଳେ ପୁଲିସ ସନ୍ଦେହରେ ତାକୁ ଥାନାକୁ ଆଣି ପଚରାଉଚରା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *