Uncategorized ଗୋଟିଏ ସ୍ଥାନରୁ ୫୨ ସାପ ଉଦ୍ଧାର Angul OnlineApril 3, 2021April 3, 2021 ଅନୁଗୁଳ – ଅନୁଗୁଳ ସହର ନିକଟସ୍ଥ ତୁରଙ୍ଗ ଗ୍ରାମ କେନାଲ ସାହିରୁ ୫୨ ଟି ପାଣିଧଣ୍ଢ ସାପ ଛୁଆ ଉଦ୍ଧାର କରାଯାଇଅଛି । କେନାଲ ସାହି ବିଦେଶୀ ବେହେରାଙ୍କ ଘର ପଛ ପାଖ ବାଡିରେ ଏକ ଆଜବେଷ୍ଟସ ତଳୁ ଗତ ୧୩ ତାରିଖରେ ଏକ ପାଣିଧଣ୍ଢ ସାପ ଥିବା ଦେଖି ପରିବାର ଲୋକେ ସର୍ପମିତ୍ର ଆଦିତ୍ୟ ବେହେରାଙ୍କୁ ଯୋଗାଯୋଗ କରିଥିଲେ । ଖବର ପାଇ ଆଦିତ୍ୟ ବେହେରା ଓ ସାଥୀ ରାଧାମୋହନ ସାହୁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଏକ ବଡ ମାଇ ପାଣିଧଣ୍ଢ ଓ ତା ପାଖରେ ଥିବା ପାଖାପାଖି ୬୦ ରୁ ୬୫ ଟି ଅଣ୍ଡା ଥିବା ଦେଖିବାକୁ ପାଇଥିଲେ । ଫଳରେ ଆଦିତ୍ୟ , ମାଆ ସାପଟିକୁ ଉଦ୍ଧାର କରି ଏକ ସୁରକ୍ଷିତ ସ୍ଥାନରେ ଛାଡି ଦେବା ସହ ଅଣ୍ଡାଗୁଡିକୁ ଯତ୍ନ ଓ ଅତି ସତର୍କତାର ସହ ଉଦ୍ଧାର ଜାଗା ନିକଟବର୍ତ୍ତୀ ଅନ୍ୟ ଏକ ଜାଗାରେ ସୁରକ୍ଷିତ ଭାବରେ ରଖି ଦେଇଥିଲେ । ସୌଭାଗ୍ୟବଶତଃ ମାଆ ସାପ ଉଦ୍ଧାରର ସେହି ସ୍ଥାନକୁ ଆସି ଅଣ୍ଡାଗୁଡିକ ଫୁଟାଇଥିଲା । ସେଥିରୁ ମୋଟ ୫୨ ଟି ପାଣିଧଣ୍ଢ ସାପ ଛୁଆ ଜୀବିତ ଓ ସୁସ୍ଥ ଅବସ୍ଥାରେ ଥିବା ବେଳେ ସର୍ପମିତ୍ର ଆଦିତ୍ୟ ଓ ସାଥୀ ରାଧାମୋହନ ସାହୁ ଉଦ୍ଧାର କରିଥିଲେ । ଏ ବାବଦରେ ଅନୁଗୁଳ ବନାଞ୍ଚଳ ଅଧିକାରୀଙ୍କୁ ଜଣାଇବା ସହ ତାଙ୍କ ତତ୍ତ୍ବାବଧାନରେ ସାପ ଛୁଆ ଗୁଡିକୁ ସେମାନଙ୍କ ନିକଟସ୍ଥ ପ୍ରାକୃତିକ ଆବାସସ୍ଥଳୀରେ ସୁରକ୍ଷିତ ଭାବେ ଛାଡି ଦିଆଯାଇଅଛି । https://angulonline.com/wp-content/uploads/2021/04/WhatsApp-Video-2021-04-03-at-19.24.30.mp4 Advertisement
ବ୍ରାଉନସୁଗାର ସହ ମହିଳା ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ ସଫଳତା । ଅନେକ ଦିନ ହେଲା ଅବକାରୀ ଓ ପୁଲିସର ମୁଣ୍ଡବିନ୍ଧାର କାରଣ ପାଳଟିଥିବା…
ରାସ୍ତା ମଝିରେ ଯୁବତୀଙ୍କୁ ମାଡମାରି ନିର୍ଧୁମ ଛେଚା ଖାଇଲା ରୋମିଓ ଅନୁଗୁଳ – ରାସ୍ତା ଘାଟ ଜଗିଲେ , ଆଉ ପରେ ମୋବାଇଲରେ ପ୍ରେମ ନିବେଦନ କରି ଫେଲ ମାରିଲେ । ହେଲେ ଯୁବତୀ ଜଣଙ୍କ ଯୁବକଙ୍କ ପ୍ରେମ…
ହୋଲିରେ ବୁଲିଲା ଭୁଜାଲି – ଜଣେ ମୃତ ଅନୁଗୁଳ – ରକ୍ତ ରଞ୍ଜିତ ହେଲା ହୋଲି । ଅନୁଗୁଳ ନାଖରାସାହିରେ ଦିନ ଦ୍ବୀପହରରେ ବୁଲିଲା ଭୁଜାଲି । ଭୁଜାଲି ଚୋଟରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି…