5T ପଦକ୍ଷେପ- ବିବାହ, ଅନ୍ତିମ ସଂସ୍କାର ଏବଂ ଜରୁରୀକାଳୀନ ଭ୍ରମଣ ପାସ୍ ପାଇଁ ମିଳିବ ଇ-ଅନୁମତି

5T ପଦକ୍ଷେପ- ବିବାହ, ଅନ୍ତିମ ସଂସ୍କାର ଏବଂ ଜରୁରୀକାଳୀନ ଭ୍ରମଣ ପାସ୍ ପାଇଁ ମିଳିବ ଇ-ଅନୁମତି

ଅନୁଗୁଳ – ସରକାରୀ ସେବାର ଡିଜିଟାଇଜେସନ୍ ଦିଗରେ ଆଉ ଏକ ପଦକ୍ଷେପ ଗ୍ରହଣ କରି ଅନୁଗୁଳ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ଇ-ପରମିସନ୍ ମଡ୍ୟୁଲ୍ ଆରମ୍ଭ କରିଛି ଯାହା ଜନସାଧାରଣଙ୍କ ପାଇଁ ବିବାହ କାର୍ଯ୍ୟ, ବ୍ରତଘର , ଅନ୍ତ୍ୟେଷ୍ଟିକ୍ରିୟା ଏବଂ ଜରୁରୀକାଳୀନ ଗତିବିଧି ପାଇଁ ଡିଜିଟାଲ୍ ଅନୁମତି ପ୍ରଦାନ କରିବ । 5T ଇନିସିଏଟିଭ୍ ଅଧୀନରେ ଅନୁଗୁଳ ଜିଲ୍ଲା ପ୍ରଶାସନ ଆଜି www.angulcms.com ର ଅଂଶ ଭାବରେ ମଡ୍ୟୁଲ୍ ଲଞ୍ଚ କରିଛି

କାରୋନା ମହାମାରୀ ସମୟରେ ସାମାଜିକ ଦୂରତା ରକ୍ଷା କରିବା , ଅଧିକ ଭିଡ ନକରିବା ଏବଂ ସରକାରୀ କାର୍ଯ୍ୟାଳୟରେ ଭିଡ ଏଡ଼ାଇବା ପାଇଁ ଏହି ଯୋଜନା କରା ଯାଇଛି ଅନଲାଇନ୍ ଜରିଆରେ ଲୋକମାନେ ବର୍ତ୍ତମାନ ବିବାହ, ବ୍ରତଘର , ଅନ୍ତ୍ୟେଷ୍ଟିକ୍ରିୟା ଏବଂ ଜରୁରୀକାଳୀନ ଗତିବିଧି ପାଇଁ ଆବେଦନ କରିପାରିବେ ଜରୁରୀକାଳୀନ ଭ୍ରମଣ ଅନୁମତି ପାଇଁ ସଂପୃକ୍ତ ସରକାରୀ କାର୍ଯ୍ୟାଳୟକୁ ନ ଯାଇ ଏହି ୱେବସାଇଟ ଜରିଆରେ ଅନୁମତି ପାତ୍ର ପାଇ ପାରିବେ ଏହା ଏପରି ଭାବରେ ଡିଜାଇନ୍ ହୋଇଛି ଯେ ସମସ୍ତ ଆବଶ୍ୟକୀୟ ସୂଚନା ୱେବସାଇଟ୍ ମାଧ୍ୟମରେ ପ୍ରଦାନ କରାଯାଇପାରିବ

ବିବାହ ପାଇଁ ବର ଏବଂ କନ୍ୟାଙ୍କର ପ୍ରମାଣପତ୍ର ଏବଂ ଫଟୋ ଅପଲୋଡ କରି ବୟସ ତଦାରଖ କରିବା ପରେ ହିଁ ଅନୁମତି ପତ୍ର ଦିଆଯାଇ ପାରିବ ଏଥିସହ ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା କୋଭିଡ୍ -୧୯ ଗାଇଡଲାଇନ ଅନୁଯାୟୀ ଏହି ମଡ୍ୟୁଲ୍ ଡିଜାଇନ୍ କରାଯାଇଛି । ଯଦି ଆବଶ୍ୟକ ହୁଏ, ସେହି ଅନୁଯାୟୀ ମଡ୍ୟୁଲ୍ ସଂଶୋଧିତ ହେବ ଅଧିକାରୀମାନେ ଆବେଦନକାରୀଙ୍କ ଦ୍ଵାରା ଦିଆଯାଇଥିବା ବିବରଣୀ ଯାଞ୍ଚ କରିବେ ଏବଂ ସେହି ଅନୁଯାୟୀ ଅନୁମୋଦନ କିମ୍ବା ଅଗ୍ରାହ୍ୟ କରିବେ । ୱେବସାଇଟରେ ଅନୁମୋଦନ ମଧ୍ୟ ଉପଲବ୍ଧ ହେବ ଯାହା ଆବେଦନକାରୀମାନେ ସେମାନଙ୍କ ମୋବାଇଲ୍ ନମ୍ବର ଏବଂ ୟୁନିକ୍ ଆଇଡି ବ୍ୟବହାର କରି ପିଡ଼ିଏଫ ଫର୍ମାଟରେ ଡାଉନଲୋଡ୍ କରିପାରିବେ ଅନ୍ତ୍ୟେଷ୍ଟିକ୍ରିୟା ସେବା ତଥା ଜିଲ୍ଲାର ଲୋକଙ୍କ ଗତିବିଧି ପାଇଁ ଅନୁମତି ପାଇଁ ସମାନ ପଦ୍ଧତି ପ୍ରଯୁଜ୍ୟ ରହିବା ଜିଲ୍ଲାରେ କୋଭିଡ କଟକଣାକୁ ମଜବୁତ କରିବାରେ ଏହା ବହୁ ସହାୟକ ହେବ । ନୂତନ ମଡ୍ୟୁଲ ଉପରେ ସୂଚନା ଦେଇ କଲେକ୍ଟର ସିଦ୍ଧାର୍ଥ ଶଙ୍କର ସ୍ଵାଇଁ କହିଛନ୍ତି ଯେ ଏହା ଜିଲ୍ଲାର 5T ଉଦ୍ୟମର ସମ୍ପ୍ରସାରଣ । ଏହା ସହିତ ଆମେ ଆମର ଉତ୍ସ ଏବଂ ସମୟକୁ ବହୁତ ଭଲ ଭାବରେ ସଞ୍ଚୟ କରିପାରିବା ଏହା ସରକାରୀ କାର୍ଯ୍ୟାଳୟ ଏବଂ ପୋଲିସ୍ ଷ୍ଟେସନରେ ହେଉଥିବା ଭିଡ଼କୁ ମଧ୍ୟ ହ୍ରାସ କରିବ ଯାହାଦ୍ୱାରା କୋଭିଡ୍ ସଂକ୍ରମଣ ବୃଦ୍ଧି ନ କରିବାରେ ସାହାଯ୍ୟ କରିବ ।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply