ଅପରାଧ ଟ୍ରକ ସହ ୬ ଲକ୍ଷ ଟଙ୍କା ମୂଲ୍ୟର କେନ୍ଦୁପତ୍ର ଜବତ Angul OnlineJune 20, 2024June 20, 2024 ଅନୁଗୁଳ – ଅନୁଗୁଳ ବନ ବିଭାଗକୁ ବଡ଼ ସଫଳତା । କେନ୍ଦୁପତ୍ର ଚୋରା ଚାଲାଣ ବେଳେ ଗୋଡ଼ାଇ ଗୋଡ଼ାଇ ଧରିଲା । ସୂଚନା ଅନୁସାରେ ଆଠମଲ୍ଲିକ ଅଞ୍ଚଳରୁ ଏକ ୧୦ ଚକିଆ ଟ୍ରକରେ କେନ୍ଦୁପତ୍ର ବୋଝେଇ ହୋଇ କଟକ ଚୋରା ଚାଲାଣ ହେଉଥିବା ବନ ବିଭାଗକୁ ସୂଚନା ମିଳିଥିଲା । ଏଥିପାଇଁ ବନ ବିଭାଗ ଅନୁଗୁଳ ଠାରେ ଛକି ରହିଥିବା ଟ୍ରକଟିକୁ ଅଟକାଇବାକୁ ଚେଷ୍ଟା କଲା ବେଳେ ରହି ନଥିଲା । ଅନୁଗୁଳ ବନଖଣ୍ଡ ଅଧିକାରୀଙ୍କ ନିର୍ଦେଶ ଅନୁସାରେ ରେଞ୍ଜର ହରମୋହନ ନାୟକ ସଦଳବଳେ ତାକୁ ଜାତୀୟ ରାଜପଥରେ ନାଲକୋ ପର୍ଯ୍ୟନ୍ତ ଗୋଡ଼ାଇବା ପରେ ଅଟକାଇବାକୁ ସଫଳ ହୋଇଥିଲା । ଜାଞ୍ଚ ବେଳେ ଟ୍ରକରେ ଫୁଲ ଲୋଡ଼ ହୋଇ କେନ୍ଦୁପତ୍ର ଯାଉଥିବା ଦେଖିବାକୁ ମିଳିଥିଲା । ବନ ବିଭାଗ ଗାଡିର ଚାଳକ ଓ ଖଳାସୀକୁ ଧରିବାକୁ ଚେଷ୍ଟା କରିବା ବେଳେ ଉଭୟ ଫେରାର ହୋଇ ଯାଇଥିବା ବେଳେ କେନ୍ଦୁପତ୍ର ବୋଝେଇ ଟ୍ରକକୁ ଜବତ କରିଛି । ଟ୍ରକରୁ ୫୭.୫୨ କ୍ୟୁଇଣ୍ଟାଲ କେନ୍ଦୁପତ୍ର ଜବତ ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ୯୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି । ତେବେ ସବୁଠାରୁ ବଡ଼ କଥା ହେଲା ଗାଡିରୁ ଅନେକ ନକଲି ନମ୍ବର ପ୍ଲେଟ ମିଳିଛି । ନକଲି ନମ୍ବର ପ୍ଲେଟ ବଦଳାଇ ବନ ବିଭାଗ ଓ ପୁଲିସକୁ ଚକମା ଦେଇ ଅନେକ ଦିନ ହେଲା ଏହି ଚୋରା ବେପାରୀ କେନ୍ଦୁପତ୍ର ଚୋରା ଚାଲାଣ କରୁଥିବା ସନ୍ଦେହ କରାଯାଉଛି । Advertisement
ବନ୍ଧୁକ ଓ ଭୁଜାଲି ଦେଖାଇ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ସମଲ ଥାନା ନବୀନନଗର ଠାରେ ବନ୍ଧୁକ ଓ ଭୁଜାଲି ଦେଖାଇ ଲୁଗା ବ୍ୟବସାୟୀଙ୍କ ଠାରୁ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା…
ବିବାହର ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ – ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଇ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତ୍ୱରିତ ବିଚାର ନ୍ୟାୟାଧୀଶ ୨୦ ବର୍ଷ କାରାଦଣ୍ଡରେ…
ଯୁବକଙ୍କୁ ଜିଅନ୍ତା ଜାଳିଦେଲେ – ପୋଲିସର ତଦନ୍ତ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଏକ ବୀଭତ୍ସ, ଅମାନୁଷିକ ଓ ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟି ଯାଇଛି । ଗାଁ ଦାଣ୍ଡରେ ସମ୍ପର୍କୀୟମାନେ ଯୁବକଙ୍କୁ ଜିଅନ୍ତା ଜାଳିଦେଲେ ।…