ମୁଖ୍ୟ ଖବର ଟିଉଟୋରିଆଲରେ ଚଢାଉ – ବନ୍ଧକ ଥିବା ୬୨ ଛାତ୍ରଛାତ୍ରୀ ଉଦ୍ଧାର Angul OnlineMay 15, 2021May 15, 2021 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରର ଏକ ଟିଉଟୋରିଆଲରେ ବନ୍ଧକ ଥିବା ୬୨ ଜଣ ଛାତ୍ରଛାତ୍ରୀଙ୍କୁ ପୁଲିସ , ପ୍ରଶାସନ ସହାୟତାରେ ଉଦ୍ଧାର କରିଛି । ପୂର୍ବର ଫିସ ଦେଇ ନଥିବା ଯୋଗୁଁ ଏହି ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ବନ୍ଧକ ରଖି ଥିବା ବେଳେ ଘରକୁ ଛାଡୁ ନଥିବା ଅଭିଯୋଗ ହେବା ପରେ ଆଜି ସନ୍ଧ୍ୟାରେ ଏହି ଟିଉଟୋରିଆଲ ଉପରେ ଚଢ଼ାଉ ହୋଇଥିଲା । ତାଳଚେର ଥାନା ଅଧିକାରୀଙ୍କ ନେତୃତ୍ୱରେ ଏନଫୋର୍ସମେଣ୍ଟ ଟିମ ଓ ପୁଲିସ କୌଣସି ସୂତ୍ରରୁ ଖବର ପାଇ ଆଜି ରାତି ୮ ଟା ବେଳେ ଏହି ଆଇ ଲର୍ଣ୍ଣ (I Learn) ନାମକ ଟିଓଟୋରିଆଲରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ହଷ୍ଟେଲରେ ଥିବା ୪୫ ଜଣ ଛାତ୍ର ଓ ୧୭ ଜଣ ଛାତ୍ରୀଙ୍କୁ ଠାବ ଯାଇଛି । କୋଭିଡ ସମୟରେ ଏଭଳି ବେଆଇନ କାର୍ଯ୍ୟ କରୁଥିବା ଯୋଗୁଁ ଟିଓଟୋରିଆଲ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ କରା ଯାଇଥିବା ଜଣା ପଡ଼ିଛି । ତେବେ ରାତି ହୋଇଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ ଆସନ୍ତା କଲି ଘରକୁ ପଠାଜୀବ ବୋଲି ଜଣା ପଡିଛି । Advertisement
ହତ୍ୟାକାରୀକୁ ଆଜୀବନ କାରାଦଣ୍ଡାଦେଶ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅଞ୍ଚଳରେ ୨୦୧୨ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ହୋଇଥିବା ଏକ ହତ୍ୟାକାଣ୍ଡର ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ…
ଅନୁଗୁଳ ଜିଲ୍ଲାରେ ପେଟ୍ରୋଲର ଶତକ ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପେଟ୍ରୋଲ ଦାମ ତିନି ଅଙ୍କ ସ୍ପର୍ଶ କରିଛି । ଆକାଶ ଛୁଆଁ ତୈଳଦର ବୃଦ୍ଧିକୁ ନେଇ ସାଧାରଣ ଜନତା…
ଦୁର୍ଘଟଣାରେ ଦୁଇ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲାର ଦୁଇଟି ସ୍ଥାନରେ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ତାଳଚେର ବ୍ଲକ୍ ଅନ୍ତର୍ଗତ କଳମଛୁଇଁ ଗ୍ରାମ ନିକଟରେ ପାଣି ଟ୍ୟାଙ୍କର…