ଅପରାଧ ଡକାୟତ ଗ୍ୟାଙ୍ଗଙ୍କ ଠାରୁ ୧୨୦ ଟି ମୋବାଇଲ ଫୋନ ସମେତ ମାରଣାସ୍ତ୍ର ଜବତ Angul OnlineDecember 1, 2024December 1, 2024 ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ କଣ୍ଢାଳ ଜଙ୍ଗଲ ଠାରେ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ଖବର ପାଇ ସାତ ଜଣ ଆନ୍ତଜିଲା ଡକାୟତଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଗୋଟିଏ ବନ୍ଧୁକ ବହୁ ମାରଣାସ୍ତ୍ର ଓ ବିପୁଳ ମୋବାଇଲ ଫୋନକୁ ଜବତ କରିଛି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଏହି ଡକାୟତି ଗ୍ୟାଙ୍ଗ ଡକାୟତି ଉଦ୍ୟମ ପାଇଁ ଯୋଜନା କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରି ୭ଜଣଙ୍କୁ କୋର୍ଟ ଚାଲାଣ କରିଛି । ଦୀର୍ଘଦିନ ହେବ ଏହି ଡକାୟତି ଗ୍ୟାଙ୍ଗ ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ,ଟ୍ରକ ଡ୍ରାଇଭର ଓ ନିଛାଟିଆ ସ୍ଥାନରେ ରହିଥିବା ଲୋକଙ୍କ ଠାରୁ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୁଟପାଟ କରିଥାନ୍ତି । ଏହି ଡକାୟତ ଗ୍ୟାଙ୍ଗର ସାତ ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ଏଥିରେ ସମ୍ପୃକ୍ତ ଥିବା ଆଉ କିଛି ସଦସ୍ୟ ଫେରାର ଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଏହି ଡକାୟତ ଗ୍ୟାଙ୍ଗ ନିକଟରୁ ଗୋଟିଏ କାର , ଗୋଟିଏ ପିସ୍ତଲ ,୧୨୦ଟି ମୋବାଇଲ ସହ ବିଭିନ୍ନ ପ୍ରକାରର ମାରଣାସ୍ତ୍ର ଜବତ କରାଯାଇଛି । ତେବେ ଏହି ଡ଼କାୟତ ଗ୍ୟାଙ୍ଗର ସମସ୍ତ ସାତ ଜଣ ସଦସ୍ୟ ତାଳଚେର ଅଞ୍ଚଳର ବୋଲି ଜଣାପଡିଛି । ଏହି ଡକାୟତି ଗ୍ୟାଙ୍ଗ ନାଁରେ ଅନୁଗୁଳ ଜିଲ୍ଲା ସହ ବିଭିନ୍ନ ଜିଲ୍ଲାରେ ବହୁ ଅପରାଧିକ ମାମଲା ରହିଥିବା ଅନୁଗୁଳ ଏସପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । Advertisement
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…
ବ୍ରାଉନସୁଗାର ଜବତ – ୩ ଗିରଫ ତାଳଚେର – ଅନୁଗୋଳ ଜିଲ୍ଲା ତାଳଚେର କୋଲିୟାରୀ ପୁଲିସ ପ୍ରାୟ ତିନି ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ବେଳେ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ତିନି ଜଣଙ୍କୁ ଗିରଫ…
ସିଗାରେଟ କିଣାକୁ ନେଇ ହତ୍ୟାକାଣ୍ଡ ଅନୁଗୁଳ – ସିଗାରେଟ ବାକି ମାଗିବାରୁ ଗଣ୍ଡଗୋଳ ଆଉ ପରେ ହତ୍ୟାକାଣ୍ଡ । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ସଦର ଥାନା ନୂଆଁସାହି ଗାଁରେ ।…