୭ ଡକାୟତ ଗିରଫ – ଖୁଡୀ ଝିଆରୀଙ୍କ ବେକରେ ଛୁରି ଲଗାଇ କରିଥିଲେ ଲୁଟ

ଅନୁଗୁଳ – ଖୁଡୀ ଝିଆରୀଙ୍କୁ ଘର ଭିତରେ ବାନ୍ଧିବା ସହ ବେକରେ ଛୁରୀ ଲଗାଇ ଟଙ୍କା ସୁନା ଲୁଟ ଘଟଣା ରେ ୭ ଜଣ ଅଭିଯୁକ୍ତଙ୍କୁ ବାନ୍ଧିଛି ଅନୁଗୁଳ ଜିଲ୍ଲା ପୁଲିସ । ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୬ ଜଣ ବଅଁରପାଳ ଥାନା ଅଞ୍ଚଳର ହୋଇଥିବା ବେଳେ ଅନ୍ୟଜଣେ ଅଭିଯୁକ୍ତ ଢେଙ୍କାନାଳ ଜିଲ୍ଲାର ବୋଲି ଅନୁଗୁଳ ଏସ ପି ରାହୁଲ ଜୈନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏସ ପି ଙ୍କ ସୂଚନା ମୁତାବକ ଜିଲ୍ଲାର ବଅଁରପାଳ ଥାନା ଗଡସନ୍ତ୍ରୀ ପଞ୍ଚାୟତର ଭାଗବତପୁର ଗ୍ରାମରେ ଗତ ୧୨ ତାରିଖ ରାତିରେ ଖୁଡୀ ଓ ଝିଆରୀଙ୍କୁ ଛୁରୀ ଲଗାଇ ଟଙ୍କା, ସୁନା ଲୁଟ କରି ନେଇଥିବା ଅଭିଯୋଗ ହୋଇଥିଲା । ବିଜୟ ଭୁତିଆଙ୍କ ପରିବାର ଏହି ଲୁଟର ଶିକାର ହୋଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ବଅଁରପାଳ ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା । ଏଥିପାଇଁ ଗଠିତ ଏକ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ଅଭିଯୁକ୍ତ ମାନକୁ ଗିରଫ କରିଛି । ଅଭିଯୁକ୍ତ ମାନେ ହେଲେ ଟୁନା ଭୁତିଆ , ସୁଜିତ ନାଏକ , ସୌମ୍ୟ ବେହେରା , ଅଜିତ ସାହୁ ,ରାଜେନ୍ଦ୍ର ପରିଡ଼ା ଓ ଲକ୍ଷ୍ମଣ ସାହୁ । ଏମାନଙ୍କ ଠାରୁ ଚୋରି ହୋଇଥିବା ୨ ଲକ୍ଷ ୬୦ ହାଜର ଟଙ୍କା ସହ ପାୟ ୧୨୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଉଦ୍ଧାର କରିବାରେ ପୁଲିସ ସମର୍ଥ ହୋଇଛି ।

Advertisement

Leave a Reply

Your email address will not be published. Required fields are marked *