ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା

ମୋଟରସାଇକେଲରେ ଆସି ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଲୁଟିନେଲେ ୭୦ ହଜାର ଟଙ୍କା

ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ପାତ୍ରପଡା ବାୟାଣୀ ପିଠ ନିକଟସ୍ଥ ଫାକ୍ସନ ଠାରେ କେଟିଏମ ମୋଟରସାଇକେଲରେ ଆସି ମାରଣାସ୍ତ୍ର ଦେଖାଇ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଲୁଟି ନେଇଥିବା ଜଣାପଡିଛି l ସୁଚନା ଅନୁସାରେ ଛେଣ୍ଡିପଦାରେ ଥିବା ଏଲଏଣ୍ଡଟି ଫାଇନାନ୍ସ କର୍ମଚାରୀ ବିଷ୍ଣୁ ସାହୁ ଶନିବାର ମଧ୍ୟାହ୍ନରେ ହଣ୍ଡପା ଥାନା ଅଂଚଳରୁ ଟଙ୍କା ସଂଗ୍ରହ କରି ପାତ୍ରପଡା ଦେଇ ଛେଣ୍ଡିପଦା ଆସୁଥିଲେ lତେବେ ସେ ଫାକ୍ସନ ନିକଟରେ ହୋଇଥିବା ବେଳେ ଏକ କେଟିଏମ ମୋଟରସାଇକେଲରେ ୩ ଜଣ ଦୁର୍ବୃତ ମୁଖାପିନ୍ଧି ତାଙ୍କୁ ଅଟକାଇ ଏକ ଫାରସା ଦେଖାଇ ଭୟଭୀତ କରିଥିଲେ l ଏହା ସହ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୭୦ ହଜାର ଟଙ୍କା ଓ ଗୋଟିଏ ମୋବାଇଲ ଛଡାଇ ନେଇ ପାତ୍ରପଡା ଗ୍ରାମ ଆଡ଼କୁ ଦ୍ରୁତଗତିରେ ପଳାଇ ଯାଇଥିଲେ l ଏହାର କିଛି ସମୟ ପରେ ପୁଣି ଫେରି ହଣ୍ଡପା ରାସ୍ତାରେ ପଳାଇ ଯାଇଥିଲେ l ଏ ନେଇ ବିଷ୍ଣୁ ବାଗଡିଆ ଥାନାର ଦ୍ୱାରସ୍ଥ ହୋଇଥିବା ଜଣା ପଡିଛି l

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
3

Leave a Reply