ମୁଖ୍ୟ ଖବର ବଦଳିଲେ ୮ ଥାନା ଅଧିକାରୀ Angul OnlineDecember 17, 2023December 17, 2023 ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସ ଈନ୍ସପେକ୍ଟର ସ୍ତରରେ ବ୍ଯାପକ ଅଦଳବଦଳ ହୋଇଛି । ଅନୁଗୁଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୁଧାଂଶୁ ଶେଖର ମିଶ୍ରଙ୍କ ନିର୍ଦେଶକ୍ରମେ ଅନୁଗୁଳ ପୁଲିସ ହେଡ କ୍ୱାଟରରେ ଥିବା ବ୍ରଜ ବିହାରୀ ସାମନ୍ତସିଂହାରଙ୍କୁ ପୁରୁଣାକୋଟ ଥାନା ଅଧିକାରୀ ଭାବେ ବଦଳି କରା ଯାଇଛି । ସେହିଭଳି ବନ୍ତଳା ଥାନା ଅଧିକାରୀ ଭାବେ କାର୍ଯ୍ଯରତ ସନ୍ତୋଷ କୁମାର ସେଠୀଙ୍କୁ ଏନଟିପିସି ଥାନା , ଠାକୁରଗଡ ଥାନା ଅଧିକାରୀଣି ନିର୍ମଳା ଗୋଛାୟତଙ୍କୁ ଜରପଡା ଥାନା , ଅନୁଗୁଳ ପୁଲିସ ହେଡକ୍ୱାଟରରେ ଥିବା ନଟବର ନନ୍ଦଙ୍କୁ ଠାକୁରଗଡ ଥାନା , ଜୟନ୍ତ କୁମାର ମହାନ୍ତୀଙ୍କୁ ରେଙ୍ଗାଳି ଥାନା , ଅନୁଗୁଳ ଏସଡିପିଓ ଅଫିସରେ ଥିବା ଖଳେଶ୍ୱର ସେଠୀଙ୍କୁ ସାଇବର ଥାନା , କିଶୋରନଗର ଥାନା ଅଧିକାରୀଣି ସଙ୍ଗିତା ମହାପାତ୍ରଙ୍କୁ ବନ୍ତଳା ଥାନା , ସାଇବର ଥାନାରୁ ବିଭୁତି ପ୍ରଧାନଙ୍କୁ କିଶୋରନଗର ଥାନା , ଅନୁଗୁଳ ପୁଲିସ ହେଡକ୍ୱାଟରରୁ ଅନୁରାଧା ମାର୍ଥାଙ୍କୁ ଅନୁଗୁଳ ଟାଉନ ଥାନାର ଅତିରିକ୍ତ ଥାନା ଅଧିକାରୀ ଭାବେ ଓ ସରୋଜ କୁମାର ନାଏକଙ୍କୁ ଚାଇଁପାଳ ଫାଣ୍ଡି ଅଧିକାରୀ ଭାବେ ବଦଳି କରା ଯାଇଛି । Advertisement
ଦୁର୍ଘଟଣାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥ -୫୫ ର ଟ୍ରକ ଆସୋସିଏସନ ଆଗରେ ଆଜି ଏକ ସଡକ ଦୁର୍ଘଟଣାରେ ଜଣଙ୍କର ଜୀବନ ଯାଇଛି…
ଟଙ୍କା ଲୁଟିନେଲେ ସାଇବର ଠକ ଅନୁଗୁଳ – ଅନୁଗୁଳରେ ପୁଣି ମାତିଲେ ସାଇବର ଠକ । କେୱାଇସି ଅପଡେଟ୍ କରିବା ବାହାନରେ ଶିମିଳିପଡ଼ାର ଜୈନିକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୨୦ ହଜାର ଲୁଟ କରି…
ଗରାଖଙ୍କୁ ହାଇରାଣ କରି ବ୍ୟାଙ୍କ୍ ଗଣିଲା ଜୋରିମନା ଅନୁଗୁଳ – ଜଣେ ବୃଦ୍ଧାଙ୍କ ଆକାଉଣ୍ଟକୁ ଫ୍ରିଜ କରିବା ଆଉ ତାଙ୍କୁ ଟଙ୍କା ନଦେବା ଫଳରେ ବ୍ୟାଙ୍କକୁ ଜୋରିମନା ଗଣିବାକୁ ପଡିଛି । ଅନୁଗୁଳ ଜିଲ୍ଲା ଖାଉଟି…