୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ

୮୨ ଗ୍ରାମ ହେରୋଇନ ଜବତ , ଜଣେ ଗିରଫ

ଅନୁଗୋଳ – ଅନୁଗୋଳ ସଦର ଅବକାରୀ ବିଭାଗ ନାଲକୋନଗର ଥାନା ଅଞ୍ଚଳରୁ ୮୨ ଗ୍ରାମ ହେରୋଇନ ଜବତ କରିବା ସହ ଏହି ଚୋରା କାରବାରରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ କନିଆବେଡା ଗାଁର ୨୬ ବର୍ଷୀୟ ଯୁବକ ବିବେକ କୁମାର ଦାସ ବୋଲି ଜଣାପଡିଛି । ସୂଚନା ଅନୁସାରେ ବିବେକ ଅନେକଦିନ ହେଲା ଏହି ଚୋରା କାରବାରରେ ସମ୍ପୃକ୍ତ ଥିବା ଅବକାରୀ ବିଭାଗ ସୂଚନା ପାଇବା ପରେ ତା ଉପରେ ନଜର ରଖିଥିଲା । ଆଉ ଗତକାଲି ସେ ବିକ୍ରି ପାଇଁ ହେରୋଇନ ରଖିଥିବା ଜାଣିବାକୁ ପାଇ ତାକୁ ଅଟକ ରଖି ପଚରାଉଚରା କରିଥିଲା । ଜାଞ୍ଚ ବେଳେ ତା ନିକଟରୁ ୮୨ ଗ୍ରାମ ଜବତ କରାଯାଇଥିଲା ।

What’s your Reaction?
+1
0
+1
0
+1
0
+1
0
+1
1
+1
0
+1
0

Leave a Reply