ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଇନ୍ସପେକ୍ଟର ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ଏଥିରେ ୯ଟି ଥାନାର ଭାରପ୍ରାପ୍ତ ଅଧିକାରୀ ବଦଳି ହୋଇଛନ୍ତି । ଏହି ବଦଳି ଆଦେଶ ଅନୁଯାୟୀ ଇନ୍ସପେକ୍ଟର ପ୍ରକାଶ ମାଝୀଙ୍କୁ ଆଠମଲ୍ଲିକ ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ଇନ୍ସପେକ୍ଟର ଶଶୀଭୂଷଣ ବେହେରାଙ୍କୁ ଠାକୁରଗଡ଼ ଥାନା ଅଧିକାରୀ, ଇନ୍ସପେକ୍ଟର ଖଲେଶ୍ବର ସେଠୀଙ୍କୁ ପୁରୁଣାକୋଟ ଥାନା ଅଧିକାରୀ, ଇନ୍ସପେକ୍ଟର ମନୋଜ ପ୍ରଧାନଙ୍କୁ ଜରପଡ଼ା ଥାନା ଅଧିକାରୀ, ଇନ୍ସପେକ୍ଟର ନଟବର ନନ୍ଦଙ୍କୁ ବନ୍ତଳା ଥାନା ଓ ଶ୍ୟାମଲାଲ ଓରାମଙ୍କୁ ନାଲ୍କୋ ଥାନା ଅଧିକାରୀ ଭାବେ ଦାୟିତ୍ବ ଦିଆଯାଇଛି । ସେହିପରି ଇନ୍ସପେକ୍ଟର ହରିକୃଷ୍ଣ ପ୍ରଧାନଙ୍କୁ କଲିୟରି ଥାନା ଅଧିକାରୀ, ସରୋଜ ନାୟକଙ୍କୁ ଗୋପାଳପ୍ରସାଦ ଥାନା ଅଧିକାରୀ, ଇନ୍ସପେକ୍ଟର ରମଣୀ ରଂଜନ ନାୟକଙ୍କୁ କଣିହାଁ ଥାନା ଅଧିକାରୀ ଓ ଇନ୍ସପେକ୍ଟର ଇଶ୍ବର ନାୟକଙ୍କୁ ଅନୁଗୁଳ ଥାନାର ଅତିରିକ୍ତ ଆଇଆଇସି ଭାବେ ବଦଳି କରାଯାଇଛି । ବନ୍ତଳା ଥାନା ଅଧିକାରୀ ଇନ୍ସପେକ୍ଟର ବିକାଶ ସାମଲ, ପୁରୁଣାକୋଟ ଥାନା ଅଧିକାରୀ ଇନ୍ସପେକ୍ଟର ବ୍ରଜ ବିହାରୀ ସାମନ୍ତସିଂହାର, ବନ୍ତଳା ଥାନା ଅଧିକାରୀ ଇନ୍ସପେକ୍ଟର ସଙ୍ଗୀତା ମହାପାତ୍ର, ଆଠମଲ୍ଲିକ ଥାନା ଅଧିକାରୀ ଇନ୍ସପେକ୍ଟର ଚିତ୍ତରଂଜନ ବେହେରା ଓ ଜରପଡ଼ା ଥାନା ଅଧିକାରୀ ଇନ୍ସପେକ୍ଟର ନିର୍ମଳା ଗୋଛାୟତଙ୍କୁ ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି । ଇନ୍ସପେକ୍ଟର ସନ୍ତୋଷ ଜେନାଙ୍କୁ ସାଇବର ଥାନାର ଭାରପ୍ରାପ୍ତ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି ।
ବଦଳିଲେ ୯ ଥାନାର ଅଧିକାରୀ
