ଆଞ୍ଚଳିକ ଥର୍ମାଲ ପ୍ଳାଣ୍ଟ ବନ୍ଦ ନିଷ୍ପତ୍ତିକୁ ବିରୋଧ – ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯିବ Angul OnlineMarch 4, 2021March 4, 2021 ଅନୁଗୁଳ – ତାଳଚେର ଥର୍ମାଲ ପ୍ଳାଣ୍ଟକୁ ମାର୍ଚ୍ଚ ୩୧ ତାରିଖରେ ବନ୍ଦ କରି ଦିଆଯିବା ନିଷ୍ପତି ପ୍ରତିବାଦରେ ଗୁରୁବାର ଦିନ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅନୁଗୁଳ ସହରରେ ବିରାଟ ରାଲି କରାଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏହା ସହିତ ପ୍ରଧାନମନ୍ତ୍ରୀ ଏବଂ ମୂଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା । ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଅଭିଯୋଗ କରାଯାଇଛି ଯେ , ତାଳଚେର ଥର୍ମାଲ ପ୍ଳାଣ୍ଟ ବନ୍ଦ ପ୍ରତି ବଦଳରେ ନୁତନ ପ୍ଳାଣ୍ଟ ପ୍ରତିଷ୍ଠା ନକରି ପୁରୁଣା ପ୍ଳାଣ୍ଟକୁ ବନ୍ଦ କରିଦେଲେ ଏନଟିପିସିକୁ ବହୁ ମୁଲ୍ୟ ଦେବାକୁ ପଡିବ । କ୍ରମାଗତ ଭାବେ ଲାଭରେ ଚାଲୁଥିବା ରାଷ୍ଟ୍ରାୟତ ଉଦ୍ୟୋଗକୁ ଚକ୍ରାନ୍ତ କରି ବନ୍ଦ କରିଦେବା ଓ ୧୩୨୦ ମେଗାୱାଟର ନୁତନ ପ୍ଳାଣ୍ଟର ପ୍ରତିଷ୍ଠା ପାଇଁ ଚୁଡାନ୍ତ ନିଷ୍ପତି ସ୍ୱତ୍ୱେ ଜାଣିଶୁଣି ପ୍ଳାଣ୍ଟ କାର୍ଯ୍ୟ ଆରମ୍ଭ କରାଯାଉ ନାହିଁ ବୋଲି ଅଭିଯୋଗ କରିଥିଲେ । ସରକାର ନୂତନ ପ୍ଳାଣ୍ଟର କାର୍ଯ୍ୟ ଆରମ୍ଭ ପ୍ରତି ଧ୍ୟାନ ନ ଦେଇ ପୁରୁଣା ପ୍ଳାଣ୍ଟ ବନ୍ଦ କରିବାକୁ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଦୃଢ ବିରୋଧ କରାଯାଇଥିଲା । ସ୍ୱର୍ଗତ ବିଜୁ ବାବୁଙ୍କ ଦ୍ୱାରା ନିର୍ମିତ ହୋଇଥିବା ଏହି ପ୍ଳାଣ୍ଟ ପ୍ରତି ହେଉଥିବା ଅବିଚାରକୁ ବରଦାସ୍ତ କରାଯିବ ନାହିଁ ବୋଲି କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଚେତାବନୀ ଦିଆଯିବା ସହ ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଯାଇ ତାଳଚେର ଅଞ୍ଚଳରୁ ଖଣ୍ଡେ ହେଲେ କୋଇଲା କୌଣସି ପ୍ଳାଣ୍ଟକୁ ଛାଡି ଦିଆଯିବ ନାହିଁ ବୋଲି ଚେତାବନୀ ଦେଇଥିଲେ । ଢେଙ୍କାନାଳ ସାଂସଦ ମହେଶ ସାହଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭ ସମାବେଶରେ ସର୍ବଦଳୀୟ କ୍ରୀୟାନୁଷ୍ଠାନ କମିଟିର ସଭାପତି ଛବି କୁମାର ସାହୁ , କଂଗ୍ରେସ ନେତା କେଶବ ଭୂତିଆ , ପୁର୍ବତନ ନଗରପାଳ ପବିତ୍ର ଭୂତିଆ , ପୁର୍ବତନ ନଗରପାଳ ଭକ୍ତି ପ୍ରସାଦ ଦାସ , ଆଇନଜୀବୀ ପ୍ରଦୀପ ଦେବତା ପ୍ରମୁଖଙ୍କ ସମେତ ଏନଟପିସି/ଟିଟିପିଏସ ପ୍ଳାଣ୍ଟର ୧ହଜାରରୁ ଊର୍ଦ୍ଧ୍ଵ ମହିଳା ଓ ପୁରଷ ଶ୍ରମିକ ମାନେ ଉପସ୍ଥିତ ଥିଲେ । ସାଂସଦ ମହେଶ ସାହୁଙ୍କ କହିବା କଥା , ତାଳଚେର ଥର୍ମାଲ ପ୍ଳାଣ୍ଟ ଆରମ୍ଭ ବେଳେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ସାଧାରଣ ଜନତାଙ୍କୁ ନେଇ ଜନ ଶୁଣାଣି ହେବା ପରେ ଆରମ୍ଭ ହୋଇଥିଲା । ପ୍ଳାଣ୍ଟକୁ ବୃଦ୍ଧି କରାଯିବା ବେଳେ ମଧ୍ୟ ସମସ୍ତଙ୍କୁ ଅବଗତ କରା ଯାଇଥିଲା । ମାତ୍ର ଏବେ ଜିଲ୍ଲା ପ୍ରଶାସନ , ଶ୍ରମ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନକୁ କିଛି ସୂଚନା ଦିଆ ନ ଯାଇ ଶ୍ରମିକ ମାନଙ୍କୁ ନୋଟିସ ପ୍ରଦାନ କରା ଯାଇଛି । ତାଳଚେର ଥର୍ମାଲ ପ୍ଳାଣ୍ଟ ଏକ ଲାଭ ଦାୟକ ପ୍ରକଳ୍ପ ହୋଇଥିବା ବେଳେ ତାକୁ ବନ୍ଦ କରାଯିବାର କୌଣସି କାରଣ ନାହିଁ । ଏଣୁ ଏବେ ମିଳିତ କ୍ରିୟାନୁଷ୍ଠାନ କମିଟି ନିଷ୍ପତ୍ତି ଏହି ପ୍ଲାଣ୍ଟକୁ ବନ୍ଦ ନ କରିବାକୁ ଦାବି କରିବା ସହ ତାଳଚେର ଥର୍ମାଲ ପ୍ଳାଣ୍ଟ ବନ୍ଦ କରାଗଲେ ଆଗକୁ ଆନ୍ଦୋଳନକୁ ଆହୁରୀ ତୀବ୍ରତର କରାଜୀବ ବୋଲି କହିଛନ୍ତି । Advertisement
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…
ପୁଣି ଦନ୍ତାହାତୀ ମୃତ – ଗୁଳି କରି ହତ୍ୟା ସନ୍ଦେହ ଆଠମଲ୍ଲିକ – ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବନଖଣ୍ଡ ମାଧପୁର ରେଞ୍ଜ କିଆକଟା ସେକ୍ସନର ଘୋଡାଗାଡି ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ…
ଆମ ଜଙ୍ଗଲ ଯୋଜନା ’ ଉପଦେଷ୍ଟାଙ୍କର ବନଖଣ୍ଡ ପରିଦର୍ଶନ ଅନୁଗୋଳ – ରାଜ୍ୟ ସରକାରଙ୍କ ‘ ଆମ ଜଙ୍ଗଲ ଯୋଜନା’ରେ ନୂତନ ଭାବେ ଅବସ୍ଥାପିତ ଉପଦେଷ୍ଟା ନାରାୟଣ ପଟ୍ଟନାୟକ , ଦୁଇଦିନିଆ ଅନୁଗୁଳ ଜିଲ୍ଲା ପରିଦର୍ଶନରେ ଆସିଥିଲେ…