ଆଞ୍ଚଳିକ ସମର୍ପଣ ଏକାଡ଼େମୀର ଶତ ପ୍ରତିଶତ ରେଜଲ୍ଟ Angul OnlineMay 14, 2024May 14, 2024 ଅନୁଗୁଳ – ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଅମଲାପଡ଼ା ସ୍ଥିତ ସମର୍ପଣ ଏକାଡେମୀରେ ଶତ ପ୍ରତିଶତ ଫଳ ହୋଇଛି । ଦ୍ୱାଦଶ ଶ୍ରେଣୀ ବିଜ୍ଞାନରେ ଅନୁଷ୍ଠାନର ସମସ୍ତ ୫୫ ଜଣ ଛାତ୍ରଛାତ୍ରୀ ଭଲ ମାର୍କ୍ ସହ କୃତକାର୍ଯ୍ୟ ହୋଇଛନ୍ତି । ଓମ୍ ପ୍ରକାଶ ପ୍ରଧାନ ସର୍ବାଧିକ ୯୭.୨ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଛନ୍ତି। ସେହିପରି ପ୍ରଭୁଦତ୍ତ ପ୍ରଧାନ ୯୪.୪ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ଓ ଶୁଭ୍ରାଂଶୁ ଶେଖର ସାହୁ ୯୨.୮ ପ୍ରତିଶତ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି । ସେହିପରି ଦଶମ ଶ୍ରେଣୀ ପରୀକ୍ଷାରେ ସମସ୍ତ ୭୫ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ୨୫ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଊର୍ଦ୍ଧ୍ବ ନମ୍ବର ରଖିଛନ୍ତି । ସମସ୍ତ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଅର୍ପିତା ପାଲ୍ ସର୍ବାଧିକ ୯୭.୪ ପ୍ରତିଶତ ନମ୍ବର ରଖି ପ୍ରଥମ, ଆର୍ୟ ଆଶୁତୋଷ ପରିଡା ୯୬.୪ ପ୍ରତିଶତ ରଖି ଦ୍ଵିତୀୟ ଓ ଇଶିକା ପ୍ରିୟଦର୍ଶିନୀ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ୯୫.୮ ପ୍ରତିଶତ ନମ୍ବର ଲେଖାଏଁ ରଖି ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହି ଅନୁଷ୍ଠାନ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତାରେ ଅନୁଷ୍ଠାନର ଅଧ୍ୟକ୍ଷା ବୈଷ୍ଣବୀ ଦେଓ, ପରିଚାଳନା ନିର୍ଦ୍ଦେଶକ ନିରୋଦ କୁମାର ସାହୁ, ସହ ପରିଚାଳକ ପାର୍ଥ ସାରଥୀ ରାଉତ, ଶିକ୍ଷକ ଭବାନୀ ଶଙ୍କର ସାହୁ, ନିତିଶ୍ ଚନ୍ଦ୍ର ବେହେରା, ଶିକ୍ଷୟିତ୍ରୀ ସ୍ଵାଗତିକା ନାଥଙ୍କ ସମସ୍ତ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । Advertisement
ବିଶ୍ଵ ପରିବେଶ ଦିବସ ୨୦୨୩ ପାଳିତ ଅନୁଗୋଳ – ନିରନ୍ତରତାର ମୂଳ ମନ୍ତ୍ର ନେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ବିଶ୍ଵ ପରିବେଶ ଦିବସ ୨୦୨୩ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଏବଂ…
ଘରୋଇ ସ୍କୁଲ ଫି ଆଦାୟ ପ୍ରସଙ୍ଗ – ୨ ଅଧ୍ୟକ୍ଷଙ୍କ ନାମରେ ରୁଜୁ ହେଲା ମାମଲା ଅନୁଗୁଳ – ସ୍କୁଲ ଫି ବୃଦ୍ଧି ପ୍ରସଙ୍ଗକୁ ସାରା ଅନୁଗୁଳ ଜିଲ୍ଲାରେ ଦିନକୁ ଦିନ ଅଭିଭାବକ ଓ ଛାତ୍ରଛାତ୍ରୀ ମହଲରେ ବଢ଼ି ଚାଲିଛି ଅସନ୍ତୋଷ । ରାଜ୍ୟ…
ଗାଡିଆରେ ଭାସୁଛି ଅଜଣା ଶବ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପଳାସବଣିଆ ଗ୍ରାମ ନିକଟସ୍ଥ ବରନାଳ ଚେକଡ୍ୟାମର ଏକ ଗାଡିଆରେ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ…