ମୁଖ୍ୟ ଖବର ନିର୍ବାଚନ ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡି.ଏସ୍.ପି ସହ ବ୍ୟାପକ ପୁଲିସ ବ୍ୟବସ୍ଥା Angul OnlineMay 23, 2024May 23, 2024 ଅନୁଗୁଳ – ସାଧାରଣ ନିର୍ବାଚନ ପାଇଁ ଅନୁଗୁଳ ଜିଲ୍ଲାରେ ୪ଟି ଷ୍ଟ୍ରଙ୍ଗରୁମ୍ କରାଯାଇଛି । ଏଠାରେ ଇଭିଏମ୍ଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯିବ । ଏହାର ସୁରକ୍ଷା ପାଇଁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତି ଷ୍ଟ୍ରଙ୍ଗରୁମ୍ ନିକଟରେ ଏନ ନିୟନ୍ତ୍ରଣ କକ୍ଷ ଖୋଲା ଯାଇଛି। ଏଠାରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ସହ ଅନ୍ୟ ଦିଗ ଉପରେ ନଜର ରଖାଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି । ସେହିପରି ଭୋଟ୍ ଗ୍ରହଣକୁ ସ୍ବଚ୍ଛ ଓ ଅବାଧ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ନିର୍ବାଚନ ପରିଚାଳନା ପାଇଁ ୬ ଜଣ ଅତିରିକ୍ତ ଏସ୍ପି, ୧୧ ଜଣ ଡିଏସ୍ପି, ୨୬ ଜଣ ଇନ୍ସପେକ୍ଟର, ୨୩୭ ଜଣ ଏସ୍ଆଇ/ଏଏସ୍ଆଇ, ୧୪୪ ଜଣ ହାବିଳଦାର, ୯୧୮ ଜଣ କନେଷ୍ଟବଳ, ୬୧୪ ଜଣ ହୋମଗାର୍ଡ, ୨୫୬ଜଣ ଗ୍ରାମରକ୍ଷୀଙ୍କୁ ଦାୟିତ୍ବ ଦିଆଯାଇଛି । ସେହିପରି ୧୨ କମ୍ପାନି କେନ୍ଦ୍ରୀୟ ଫୋର୍ସ ଓ ୩୭ ସେକ୍ସନ ରାଜ୍ୟ ସଶସ୍ତ୍ର ପୁଲିସ ମୁତୟନ ହେବେ । ମତଦାନ ସମୟରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ପାଇଁ ପ୍ରତି ଥାନାରେ ଗୋଟିଏ ସେକ୍ସନ ଷ୍ଟ୍ରାଇକିଂ ଫୋର୍ସ ରହିବେ । ୯୯ଟି ମୋବାଇଲ ପାର୍ଟି କରାଯାଇଥଲା ବେଳେ ୧୨ଟି ସୀମାନ୍ତ ଚେକ୍ ପୋଷ୍ଟ କରାଯାଇଛି । ଭୋଟ୍ ଗ୍ରହଣ ଦିନ ୨୫ ଜଣ ସେକ୍ଟର୍ ଅଫିସର, ୧୦ ଜଣ ଜୋନାଲ ଅଫିସର ଓ ୫ ଜଣ ସୁପରଭାଇଜିଂ ଅଫିସର ସ୍ଥିତି ଉପରେ ନଜର ରଖିବେ । Advertisement
୪ ଡକାୟତ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ପୁଲିସ ୪ ଡ଼କାୟତଙ୍କୁ ଗିରଫ କରିଛି । ଏହି ଚାରିଜଣ ଡକାୟତଙ୍କୁ ପୁଲିସ ଗିରଫ କରିବାସହ ତାଙ୍କଠାରୁ ୨୧ହଜାର ଟଙ୍କା…
କାର ଧକ୍କାରେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ଅନୁଗୁଳ – ଅନୁଗୁଳ ଜିଲ୍ଲା ପାଲଲହଡା ଥାନା ଅନ୍ତର୍ଗତ ଖମାର କଲେଜ ନିକଟରେ ଏକ କାର ଧକ୍କାରେ ସାଇକେଲରେ ଯାଉଥିବା ଜଣେ ବର୍ଷିଆନ ସାହିତ୍ୟିକଙ୍କ ମୃତ୍ୟୁ ହୋଇଛି…
ଟ୍ରକ ଧକ୍କାରେ ଜଣେ ମୃତ ଜଣେ ଗୁରୁତର ଆଠମଲ୍ଲିକ -(AO) – ଅନୁଗୁଳ ଜିଲ୍ଲା ହଣ୍ଡପା ଥାନା ଅନ୍ତର୍ଗତ କମରେଇ ନିକଟରେ ଟ୍ରକ ଧକାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର…