ଅନୁଗୁଳ -(ଅନୁଗୁଳ ଅନଲାଇନ)- ଅନୁଗୁଳ ଜିଲ୍ଲାରେ ଆସନ୍ତା କାଲି ହେବାକୁ ଥିବା ଭୋଟ ଗଣତି ପାଇଁ ଜିଲ୍ଲା ପ୍ରସାଶନର ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶୃଙ୍ଖଳିତ ଓ ତ୍ରୁଟି ଶୂନ୍ୟ ଭୋଟ ଗଣତି ନିମନ୍ତେ ଜିଲ୍ଲାରେ ଥିବା ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଯଥା ପାଳଲହଡା (୧୧୬ ଜଣ), ତାଳଚେର (୧୨୦ ଜଣ), ଅନୁଗୁଳ ( ୧୨୦ଜଣ ), ଛେଣ୍ଡିପଦା (୧୧୬ ଜଣ) ଓ ଆଠମଲ୍ଲିକ (୧୨୦ଜଣ) , ମୋଟ ୫୯୨ ଜଣ କର୍ମଚାରୀଙ୍କୁ (Micro Observers, Counting Supervisors, Counting Assistants, Postal Ballot Assistants) ନିୟୋଜିତ କରାଯାଇଛି ।
୫୯ – ପାଲଲହଡା
ଭୋଟ ଗଣତି କେନ୍ଦ୍ର – ମାଲ୍ୟଗିରୀ ମହାବିଦ୍ୟାଳୟ, ପାଲଲହଡା ।
ଭୋଟ ଗଣତି ପାଇଁ ଟେବୁଲ ବ୍ୟବସ୍ଥା – ଲୋକସଭା ପାଇଁ ୧୨ ଟି, ବିଧାନସଭା ପାଇଁ ୧୨ଟି, ପୋଷ୍ଟାଲ
ବାଲାଟ (ବିଧାନ ସଭା) ପାଇଁ ୩ ଟି ।
ସମୁଦାୟ ୨୦ ରାଉଣ୍ଡ ଗଣତି ହେବ ।
୬୦ – ତାଳଚେର
ଭୋଟ ଗଣତି କେନ୍ଦ୍ର – ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟ, ତାଳଚେର ।
ଭୋଟ ଗଣତି ପାଇଁ ଟେବୁଲ ବ୍ୟବସ୍ଥା – ଲୋକସଭା ପାଇଁ ୧୨ ଟି, ବିଧାନସଭା ପାଇଁ ୧୨ଟି, ପୋଷ୍ଟାଲ
ବାଲାଟ (ବିଧାନ ସଭା) ପାଇଁ ୪ ଟି ।
ସମୁଦାୟ ୧୭ ରାଉଣ୍ଡ ଗଣତି ହେବ ।
୬୧ – ଅନୁଗୁଳ
ଭୋଟ ଗଣତି କେନ୍ଦ୍ର – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ।
ଭୋଟ ଗଣତି ପାଇଁ ଟେବୁଲ ବ୍ୟବସ୍ଥା – ଲୋକସଭା ପାଇଁ ୧୨ ଟି, ବିଧାନସଭା ପାଇଁ ୧୨ଟି, ପୋଷ୍ଟାଲ
ବାଲାଟ (ବିଧାନ ସଭା) ପାଇଁ ୩ ଟି ।
ସମୁଦାୟ ୨୧ ରାଉଣ୍ଡ ଗଣତି ହେବ ।
୬୨- ଛେଣ୍ଡିପଦା
ଭୋଟ ଗଣତି କେନ୍ଦ୍ର – ଅନୁଗୁଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ଅନୁଗୁଳ ।
ଭୋଟ ଗଣତି ପାଇଁ ଟେବୁଲ ବ୍ୟବସ୍ଥା – ଲୋକସଭା ପାଇଁ ୧୨ ଟି, ବିଧାନସଭା ପାଇଁ ୧୨ଟି, ପୋଷ୍ଟାଲ
ବାଲାଟ (ବିଧାନ ସଭା) ପାଇଁ ୨ ଟି ।
ସମୁଦାୟ ୧୯ ରାଉଣ୍ଡ ଗଣତି ହେବ
୬୩- ଆଠମଲ୍ଲିକ
ଭୋଟ ଗଣତି କେନ୍ଦ୍ର – ଆଠମଲ୍ଲିକ ମହାବିଦ୍ୟାଳୟ ।
ଭୋଟ ଗଣତି ପାଇଁ ଟେବୁଲ ବ୍ୟବସ୍ଥା – ଲୋକସଭା ପାଇଁ ୧୨ ଟି, ବିଧାନସଭା ପାଇଁ ୧୨ ଟି, ପୋଷ୍ଟାଲ
ବାଲାଟ (ବିଧାନ ସଭା) ପାଇଁ ୪ ଟି ।
ସମୁଦାୟ ୨୧ ରାଉଣ୍ଡ ଗଣତି ହେବ ।
ପୂଲିସ ପ୍ରଶାସନ ପକ୍ଷରୁ ଶାନ୍ତିଶୃଙ୍ଖଳା ସହ ଭୋଟ ଗଣତି ଶେଷ ହେବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ତ୍ରିସ୍ତରୀୟ ସୁରକ୍ଷା ଭିତରେ ଭୋଟ ଗଣତି କରିଯିବ ବୋଲି DIG ଉମାଶଙ୍କର ଦାସ କହିଛନ୍ତି । ସୁରକ୍ଷା ପାଇଁ ୧୨୦୦ ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
What’s your Reaction?
+1
2
+1
+1
+1
+1
17
+1
+1