ଆଞ୍ଚଳିକ ଚପଲ ଆଣିବାକୁ ଯାଇ କେନାଲରେ ବୁଡି ନାବାଳକ ମୃତ Angul OnlineJune 14, 2024June 14, 2024 ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଗୋତମର ଗାଁ ନିକଟ ଦେଇ ଯାଇଥିବା କେନାଲରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସହ ତାଙ୍କ ପିଉସୀ ପୁଅ ଭାଇ ଗୁରୁତ୍ତର ହୋଇଥିବା ଜଣାପଡିଛି l ସୂଚନା ଅନୁଯାୟୀ ଗୋତମରା ଗ୍ରାମର ବାସିନ୍ଦା ଗୌତମ ଦେବ ସାହୁଙ୍କ ପୁଅ କୁମାର ଗୌରବ ସାହୁ (୧୪) ଓ ତାଙ୍କ ପିଉସୀ ପୁଅ ଭାଇ ସହିତ ଶୁକ୍ରବାର ସକାଳ ସମୟରେ ଡିପିଏସ ସ୍କୁଲ ନିକଟରେ ଥିବା ବାପାଙ୍କ ଇଟା ଫ୍ୟାକ୍ଟ୍ରି ଆଡେ ଯାଇଥିଲେ । ଗାଁ ନିକଟରେ ଥିବା କେନାଲ ହୁଡାରେ ଯାଉଥିବା ବେଳେ ଅସାବଧାନତା ବଶତଃ ସୌରଭଙ୍କ ଚପଲ କେନାଲରେ ପଡି ଯାଇଥିଲା l ଚପଲକୁ ଆଣିବାକୁ ଚେଷ୍ଟା କରି ସେ ପାଣିକୁ ପଡି ଯିବା ସହ ବୁଡି ଯାଇଥିଲେ l ତାଙ୍କୁ ଉଦ୍ଧାର କରିବାକୁ ଯାଇ ତାଙ୍କ ପିଉସୀ ପୁଅ ଭାଇ ମଧ୍ୟ ପାଣିରେ ପଡି ଯାଇଥିଲେ l ତେବେ ତାଙ୍କ ପାଟି ଶୁଣି କିଛି ଦୂରରେ ଥିବା ବୁଢାପଙ୍କ ଗ୍ରାମର କିଛି ଲୋକ ଦୌଡ଼ିଆସି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ l ତେବେ ପାଣି ଭିତରୁ ସୌରଭଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରା ଯାଇଥିଲା l ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ମୃତକ ନାବାଳକଙ୍କୁ ବ୍ୟବଛେଦ ପାଇଁ ଅନୁଗୁଳ ସରକାରୀ ଡାକ୍ତରଖାନାକୁ ପଠାଇଛି l ସୌରଭ ପୁରୀରେ ଏକ ଆବାସିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲ ଛୁଟି ଯୋଗୁଁ ଘରକୁ ଆସିଥିଲେ l Advertisement
ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ଆନ୍ଦୋଳନ ଚେତାବନୀ ଅନୁଗୋଳ – ଓଡ଼ିଶା ଗ୍ରାମ୍ୟ କୃଷି କର୍ମଚାରୀ ଓ ମହିଳା ଗ୍ରାମ୍ୟ କୃଷି କର୍ମଚାରୀ ସଂଘର ବିଭିନ୍ନ ଦାବି ପୂରଣ ଦିଗରେ ରାଜ୍ୟ ସରକାର ଟାଳଟୂଳ…
ବାଜି ରାଉତ ଛାତ୍ରାବାସରେ ଗାନ୍ଧୀ ଓ ନବକୃଷ୍ଣ ଚିତ୍ର ପ୍ରଦର୍ଶନୀ ଅନୁଗୁଳ- ବାଜି ରାଉତ ଛାତ୍ରାବାସର ପଞ୍ଚସ୍ତରୀ ବର୍ଷ ପୂର୍ତ୍ତି ଅବସରରେ ଛାତ୍ରାବାସ ପରିସରରେ ମହାତ୍ମା ଗାନ୍ଧୀ ଓ ନବକୃଷ୍ଣ ଚୌଧୁରୀଙ୍କର ଏକ ବିଶାଳ ଫଟୋ ଚିତ୍ର ପ୍ରଦର୍ଶନୀ…
ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମବାସୀଙ୍କ ପାଇଁ ଉଚ୍ଚ ରକ୍ତଚାପ ପରୀକ୍ଷା ଶିବିର ଅନୁଗୋଳ – ବିଶ୍ୱ ଉଚ୍ଚ ରକ୍ତଚାପ ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ରକ୍ତଚାପ ପରୀକ୍ଷା ଶିବିର ଆୟୋଯିତ କରାଯାଇଥିଲା । ଢେଙ୍କାନାଳର ନରେନ୍ଦ୍ରପୁର ସ୍ଥିତ…